ବିଧାନସଭାରେ ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍‌

ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍‌ । ସର୍ବସମ୍ମତିକ୍ରମେ ଏହି ବିଲ୍‌ଟି ପାରିତ ହୋଇଥିବାର ସୂଚନା ରହିଛି । ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ପୂର୍ବ ଧାର୍ଯ୍ୟ ପରିମାଣର ବ୍ୟୟ ମଂଜୁରୀକୁ ଅନୁମତି ମିଳିଛି । ବିଲ୍‌ ପାସ୍‌ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବ୍ୟୟମଞ୍ଜୁରୀ ବିଲ୍‌ ପାସ୍‌ ପାଇଁ ସ୍ବତନ୍ତ୍ର ଦିନିକିଆ ଅଧିବେଶନ ବସିଥିଲା । ରାଜ୍ୟର ତୃତୀୟ କରୋନା ପଜିଟିଭି ଜଣକ ବିଧାନସଭାର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭାର ଏହି ଅଧିବେଶନଟି ବିଧାନସଭା ଗୃହରେ ନ ହୋଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ଅଧିବେଶନ ବସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ