ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ ସୁବାଷ ବେହେରା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକରେ ଏକ ମହାବିଦ୍ୟାଳୟରେ ଯୁକ୍ତତିନି ବିଜ୍ଞାନ ବିଭାଗ ଓ ସରକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ କେବେ ଖୋଲିବା ନେଇ ସରକାର ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ମାନେ।ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ଭଗତସିଂ ଡିଗ୍ରୀ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ପାଠ୍ୟକ୍ରମ ଖୋଲିବା ନେଇ ବିଭାଗ ତରଫରୁ କଣ ପଦକ୍ଷେପ ନିଆଯାଇଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କୁ ବିଧାନସଭାରେ ପ୍ରଶ୍ନ କରିଛନ୍ତି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା।ପ୍ରେସକ୍ରାଇବଡ଼ ଅଥରିଟି ଙ୍କ ନିକଟରେ ଏଚ ପି ସି ପୋର୍ଟାଲ ମାଧ୍ୟମରେ କଲେଜ କର୍ତ୍ତ୍ୟୁପକ୍ଷ ଆବେଦନ କରିଛନ୍ତି l ଏହି ଆବେଦନ ଆଧାରରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ସ୍ତରରେ ଆବେଦନ ପତ୍ର ଯାଞ୍ଚ କରାଯାଇ ଆବଶକୀୟ ନିରୀକ୍ଷଣ କରାଯାଇଛି l ଏହାର ଏକ ନିରୀକ୍ଷଣ ରିପୋର୍ଟ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କମିଟି ନିକଟରେ ଉପସ୍ଥାପନ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିକଟରେ ହସ୍ଥାନ୍ତର ହୋଇଛି l ରିପୋର୍ଟ ଆଧାର ରେ ଆବଶ୍ୟକତା କୁ ଦୃଷ୍ଟିରେ ରଖି Bଉଚ୍ଚ କ୍ଷମତା ସମ୍ପର୍ଣ୍ଣ କମିଟି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାୟକ ଙ୍କ ପ୍ରଶ୍ନରେ , ଉତ୍ତର ରଖିଥିଲେ ମନ୍ତ୍ରୀ ନାୟକ । ସେହିପରି ଗଞ୍ଜାମ ବ୍ଲକ ଏକ ପରିବା ଉତ୍ପାଦନ ର ପେଣ୍ଠସ୍ଥଳ l ଯାହାକୁନେଇ ଉକ୍ତ ବ୍ଲକ ର ଉଦ୍ୟାନ ବିଭାଗ ଅଧିକାରୀ ଙ୍କ କାର୍ଯ୍ୟାଳୟ ଖୋଲିବା ନେଇ କଣ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରସାଦ ସ୍ୱାଇଁ ଙ୍କୁ ପ୍ରଶ୍ନ କରିଥିଲେ l ଏହାର ଉତ୍ତରରେ ଗଞ୍ଜାମ ବ୍ଲକ ରେ ସରକାରୀ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ ନେଇ ଗଞ୍ଜାମ ତହସିଲଦାର ଙ୍କୁ ପତ୍ର ମାଧ୍ୟମରେ ଆନୁରୋଧ କରାଯାଇଛି l ତତ ସହିତ ଜମି ଅଧିଗ୍ରହଣ ନିମନ୍ତେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ଙ୍କ ସହ ଯୋଗାଯୋଗ କରାଯାଇଛି l ଜମି ଚିହ୍ନଟ ପରେ ସରକାରୀ ଉଦ୍ୟାନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରତିଷ୍ଟା ନିମନ୍ତେ ଅର୍ଥ ମଞ୍ଜୁର ପାଇଁ ପରଵର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ବାଇଁ ଉତ୍ତର ରଖିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ