ବିଧାନସଭାରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଲେ ମୋହନା ବିଧାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଓଡିଶା ବିଧାନସଭାରେ ଆଜି ବଜେଟ ଅଧିବେଶନର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଭାଗ ନେଇ ଗଜପତି ଜିଲ୍ଲା ଏକ ପଛୁଆ ଆଦିବାସୀ ଅଞ୍ଚଳ । ଏହି ଜିଲ୍ଲାରେ ବହୁ ଗରିବ ନିଃସହାୟ ବ୍ୟକ୍ତି ବାସ କରନ୍ତି।ରାଜ୍ୟ ସରକାର ଖାଉଟି କଲ୍ୟାଣ ଯୋଜନା ରେ ଜଣପିଛା ପାଞ୍ଚ କିଲୋ ଚାଉଳ ଦେଇଦେଲେ ମାସ ଯାକ ଚଳିବା କଷ୍ଟ ହେଉଛି ତେଣୁ ସରକାର ମାସିକ ଜଣ ପିଛା କୋଡିଏ ରୁ ପଚିଶ କିଲୋ କରିବାକୁ ଦାବୀ କରିବା ସହ ମୋହନା ବ୍ଲକର ଲୁହାଗୁଡି ଠାରେ ଥିବା ଗୋଦାମ ପୁଣି ଆରମ୍ଭ କରି ସୁରୁଖୁରୁରେ ଦୁର୍ଗମ ଅଂଚଳରେ ଖାଉଟି ସାମଗ୍ରୀ ପହଞ୍ଚାଇବା ନିମନ୍ତେ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିଥିଲେ । ତତ ସଙ୍ଗେ ସଙ୍ଗେ ଫୁଲବାଣୀ ର ଆଦିବାସୀ ଛାତ୍ରୀ ଗଣ ଦୁଷ୍କର୍ମର ଶିକାର ହୋଇ ଦୀର୍ଘ ଦିନ ବିତିଥିଲେ ମଧ୍ୟ ପିଡିତା ପରିବାର ଙ୍କୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳିନ ଥିବା ବେଳେ ଦୋଷୀକୁ ଧରିନଥିବା ବିଧାନସଭା ରେ ପ୍ରଶ୍ନ କରିଥିଲେ ଏହା ସହ ଗଜପତି ଜିଲ୍ଲାରେ ଖାଲି ପଡିଥିବା ବିଡ଼ିଓ ଓ ତହସିଲଦାର ପଦବୀ ଗୁଡିକ ପୂରଣ କରିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ I


