ବିଧାନସଭାରେ ପ୍ରଶ୍ନ କଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଆଜି ବିଧାନସଭାରେ ବିଭିନ୍ନ ପ୍ରଶ୍ନ କରିଥିବାର ଜଣାପଡିଛି । ପାରଳା ବିଧାୟକ ଶ୍ରୀ ରାଓ ଆଜି ମୁଖ୍ୟତଃ ୪ଗୋଟି ପ୍ରଶ୍ନ ପଚାରିଥିବାର ଜଣାପଡିଛି । ଏଥି ମଧ୍ୟରେ ଭାରତ ସରକାରଙ୍କ ଆଦେଶନାମା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖେଳପଡିଆ ତଥା ମିନିଷ୍ଟାଡିୟମ ସ୍ଥାପନ କରିବା କଥା । ହେଲେ ରାଜ୍ୟର କେତୋଗୋଟି ପଞ୍ଚାୟତରେ ଖେଳପଡିଆ ନିର୍ମାଣ ରହିଛି ତଥ୍ୟମାଗିଥିଲେ । ସେହିପରି ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ବିଭାଗରେ ଦୁର୍ନିତୀ, ଗଜପତି ଗାଡିଚାଳକ ସଂଘର ଦାବୀ ପୁରଣ, କ୍ଷୁଦ୍ରଜଳସେଚନ ବିଭାଗରେ ବ୍ୟାପକ ଦୁର୍ନିତୀର ଭିଜିଲାନ୍ସ ତଦନ୍ତ ଆଦିକୁ ନେଇ ପ୍ରଶ୍ନ ରଖିଥିଲେ । ପାରଳା ବିଧାୟକ ଶ୍ରୀ ରାଓଙ୍କ ବିିଭିନ୍ନ ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ରଖିଥିଲେ । ସୂଚନା ଯୋଗ୍ୟ ଯେ, ବିଧାୟକ ଶ୍ରୀ ରାଓ ଏଥିପୂର୍ବରୁ ତଥା ଚଳିତ ବିଧାନସଭା ଅଧିବେଶନରେ ୮ଗୋଟି ପ୍ରଶ୍ନ କରିଥିବାର ମଧ୍ୟ ଜଣାପଡିଛି । ସେ ଗୁଡିକ ହେଲା କୃଷକମାନଙ୍କୁ ରିହାତିଦରରେ ବିଜୁଳି ଯୋଗାଇବା,  ସରକାର ଅର୍ଥର ଅପବ୍ୟବହାର, ଜିଲ୍ଲାରେ ମତ୍ସ୍ୟ ସମ୍ପଦର ବିବରଣା ଓ ହିତାଧିକାରୀଙ୍କ ତାଲିକା, ୨ବର୍ଷ ହେଲା ଏନ୍‌ଏଫ୍‌ଏସ/ଏସଏଫଏସଏ ପୋର୍ଟାଲ ବନ୍ଦ କାହିଁକି କରାଗଲା, ଏନ୍‌ଏଫ୍‌ଏସ/ଏସଏଫଏସଏ କାର୍ଡ ପ୍ରଦାନ କରିବା, ଜିଲ୍ଲାରେ ରବିଚାଷ ପ୍ରତି ସରକାରଙ୍କ ଆଭିମୁଖ୍ୟ, ସିଏଏମ୍‌ପିଏ ଯୋଜନାରେ ବନ୍ୟ କରଣ ନିମନ୍ତେ ଅନୁଦାନ ସମ୍ପର୍କେ, ଚାରାରୋପଣ ଆଦି ସମ୍ପର୍କେ ପ୍ରଶ୍ନ କରିଥିବାର ମଧ୍ୟ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ