ବିଧାନସଭାରେ ବିଜ୍ଞାପନ ବାବଦରେ ଉତ୍ତର ରଖିଲେ ମନ୍ତ୍ରୀ ରଘୁନନ୍ଦନ
ଭୁୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ ) :ଶୁକ୍ରବାର ବିଧାନସଭାରେ ପ୍ରଶ୍ନ ଉତ୍ତର ଅବସରରେ ସୁଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନ୍ଦନ ଦାସ ବିଭିନ୍ନ ଗଣମାଧ୍ୟମକୁ ଦିଆଯାଇଥିବା ବିଜ୍ଞାପନ ସମ୍ପର୍କରେ ଉତ୍ତର ରଖିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି ଯେ, ୩୧ଟି ବୈଦ୍ୟୁତିକ ଗଣମାଧ୍ୟମକୁ ୬୦କୋଟି ୧୯ ଲକ୍ଷ ୪୪ ହଜାର ୬୦୨ ଟଙ୍କାର ବିଜ୍ଞାପନ ବାବଦକୁ ଦିଆଯାଇଛି । ସେହିପରିଭାବେ ୮୯ ଛାପା ଗଣମାଧ୍ୟମକୁ ୨୬କୋଟି ୪ଲକ୍ଷ ୫୯ ହଜାର ୨୫୨ ଟଙ୍କା ପ୍ରଦାନ କରାଯାଇଛି । ଏହିପରି ଭାବେ ସର୍ବମୋଟ ବିଜ୍ଞାପନ ବାବଦକୁ ଉଭୟ ଗଣମାଧ୍ୟକୁ ୮୬ କୋଟି ୨୪ଲକ୍ଷ ୩ ହଜାର ୮୬୧ଟଙ୍କା ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୁଚନା ଦେଇଛନ୍ତି । ଇଲ୍ଲେଖ୍େୟଯାଗ୍ୟ , ଉକ୍ତ ସମସ୍ତ ବିଜ୍ଞାପନ ବାବଦକୁ ଗତ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୁର୍ବରୁ ପ୍ରଦାନ କରାଯାଇଛି ।


