ବିଧାନସଭାରେ ୭ଟି ବିଲ୍ ଉପସ୍ଥାପିତ
ଭୁୁବନେଶ୍ୱର, (ୱାଇଏନ୍ଏସ୍): ଆଇନ ପ୍ରଣୟନ ପାଇଁ ବୁଧବାର ଦିନ ବିଧାନସଭାରେ ୭ଟି ବିଲ୍ ଉପସ୍ଥାପିତ ହୋଇଛି । ଏହି ୭ ଟି ବିଲ୍ ହେଲା ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ (ସଂଶୋଧନ)ବିଲ୍ ୨୦୨୧ , ଓଡିଶା ବସ୍ତିବାସିନ୍ଦାମାନଙ୍କର ଭୂମି ଅଧିକାର (ସଂଶୋଧନ) ବିଲ୍ ୨୦୨୧, ଓଡିଶା ଦ୍ରବ୍ୟ ଓ ସେବା କର (ସଂଶୋଧନ) ବିଲ୍ ୨୦୨୧ , ଭାରତୀୟ ଷ୍ଟାମ୍ପ (ଓଡିଶା ସଂଶୋଧନ) ବିଲ୍ ୨୦୨୧ , ଓଡିଶା ସରକାରୀ ଜମି ବନ୍ଦୋବସ୍ତ (ସଂଶୋଧନ) ବିଲ୍ ୨୦୨୧, ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ବିଲ୍ ୨୦୨୧ ଏବଂ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍ ୨୦୨୧ । ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ଏହି ବିଲ୍ ଉପସ୍ଥାପନ କରିଥିଲେ ।