ବିଧାନସଭା ଅଧିବେଶନ କାର୍ଯ୍ୟ ପ୍ରଣାଳୀକୁ ପରିଦର୍ଶନ କଲେ ୟୁରୋ ସ୍କୁଲ ଛାତ୍ରଛାତ୍ରୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବିଧାନସଭା ଅଧିବେଶନ କାର୍ଯ୍ୟ ପ୍ରଣାଳୀକୁ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ‘ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ’ର ଛାତ୍ରଛାତ୍ରୀ । ଆଜି ଅପରାହ୍ନ ବିଧାନସଭାର ପ୍ରଶ୍ନକାଳ ଓ ଶୂନ୍ୟକାଳ ଅଧିବେଶନ ବେଳେ ୟୁରୋ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ବିଧାନସଭା ଗ୍ୟାଲେରିରେ ବସି ସରକାରୀ ଦଳ ଓ ବିରୋଧୀ ଦଳ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା କାର୍ଯ୍ୟ ପ୍ରାଣାଳୀକୁ ସିଧାସଳଖ ଦୃଶ୍ୟକୁ ଦେଖିଥିଲେ । ସେହିପରି ବାଚସ୍ପତି ଓ ଉପବାଚସ୍ପତି ବିଧାନସଭା କାର୍ଯ୍ୟକୁ କିଭଳି ପରିଚାଳନା କରନ୍ତି ତାହାକୁ ମଧ୍ୟ ଛାତ୍ରଛାତ୍ରୀ ହୃଦୟଙ୍ଗମ କରିଥିଲେ । ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମରେ ବିଧାନସଭା କାର୍ଯ୍ୟ ପ୍ରଣାଳୀ ବିଷୟରେ ପଢ଼ିଥିବା ବେଳେ ଆଜି ବିଧାନସଭାରେ ଚାଲିଥିବା ଅଧିବେଶନରେ ଉପସ୍ଥିତ ରହି ଶାସକ ଦଳର ଭୂମିକା କ’ଣ ରହିଥାଏ ଏବଂ ବିରୋଧୀ ଦଳର କାର୍ଯ୍ୟ କ’ଣ ତାହାକୁ ଛାତ୍ରଛାତ୍ରୀ ନିକଟରୁ ଦେଖିଥିଲେ । ସ୍କୁଲ ର ଅଧ୍ୟକ୍ଷ ରଞ୍ଜନ ମହାପାତ୍ର, ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ଏକାଡେମୀ ନିର୍ଦ୍ଦେଶକ ପ୍ରମୋଦ କୁମାର ମିଶ୍ର, ଶିକ୍ଷୟିତ୍ରୀ ଗ୍ଲୋରି ମୋସୋସ୍ ପ୍ରମୁଖ ଛାତ୍ରଛାତ୍ରୀଙ୍କ ସହିତ ବିଧାନସଭା ଅଧିବେଶନରେ ଉପସ୍ଥିତ ରହି ଅଧିବେଶନର ପର୍ଯ୍ୟାୟ କ୍ରମେ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଉଥାନ୍ତି ।ବିଧାନସଭା ଅଧିବେଶନ ପରେ ବାଚସ୍ପତି ସୁରମା ପାଢ଼ୀ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ୟୁରୋ ସ୍କୁଲର ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ବାର୍ତ୍ତାଳପ ଓ ଆଲୋଚନା କରିଥିଲେ,୨୦୧୮ ମସିହାରୁ ଶକ୍ତି-ଏନ୍-ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍ ଦ୍ୱାରା ପରିଚାଳିତ ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଯୁଗୋପଯୋଗୀ ଶିକ୍ଷା ପ୍ରାଦନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ବେଳେ ଆଜି ଏହି ସ୍କୁଲ୍ ପକ୍ଷରୁ ଷ୍ଟଡି ଟ୍ୟୁର୍ ଭାବେ ବିଧାନସଭାର କାର୍ଯ୍ୟ ପ୍ରଣାଳୀକୁ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନ କରାଇଥିବାରୁ ଅନୁଷ୍ଠାନ ଆଉ ଏକ ମାଇଲଖୁଂଟ ଅତିକ୍ରମ କରିପାରିଛି । ଏଥିପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବେଶ୍ ଉତ୍ସାହିତ ହୋଇଥିବା ସହିତ ସ୍କୁଲ୍ ମ୍ୟାନେଜମେଂଟକୁ କୃତଜ୍ଞତା ଜଣାଇଛନ୍ତି ।