ବିଧାନସଭା ଆଗରେ ଗର୍ଜିଲେ ଗାଁସାଥୀ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ର୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ଶାଖା ତରଫରୁ ସ୍ଥାନୀୟ ରାମମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଧାନସଭା ବ୍ୟାରିକେଡ଼ ପର୍ଯ୍ୟନ୍ତ ଯାଇ ସେଠାରେ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଏକ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଗାଁସାଥୀ ସଂଗଠକ ଲକ୍ଷ୍ମୀଧର ବିଶ୍ୱାଳ ଓ ସୌଭାଗ୍ୟ ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ପର୍ଯ୍ୟାୟ କ୍ରମେ ଗାଁସାଥୀ (ମେଟ୍‌)ମାନଙ୍କ ସ୍ଥାୟୀ ନିଯୁକ୍ତି ଓ ମାସିକ ୬ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ପ୍ରଦାନ ସମେତ ୫ ଦଫା ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉକ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ବିଶ୍ୱାଳ ଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଏକାଧିକବାର ମଳିତ ପ୍ରଶାସନିକ ଆଲୋଚନା ଓ ଅନେକ ସଂଗ୍ରାମ ପରେ ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍‌)ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନରୁ ଅଧିକ ସରକାରୀ ପ୍ରାପ୍ୟ ସହିତ କାର୍ଯ୍ୟ ପ୍ରଦାନ କରାଯିବା ଲାଗି ପଞ୍ଚାୟତିରାଜ ବିଭାଗ ଚିଠି ନଂ-୯୪୦ ତା୧୧.୧.୧୯ ଅନୁସାରେ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଏଥି ସହିତ ଏହି ନିୟମାନୁଯାୟୀ କାର୍ଯ୍ୟ ପାଇନଥିବା ସମସ୍ତ ଗାଁସାଥୀ (ମେଟ୍‌)ମାନଙ୍କୁ ଏକ ସ୍ୱତନ୍ତ୍ର କର୍ପସ ପାଣ୍ଠି ଜରିଆରେ ଏକ ସରକାରୀ ନିୟମ ଆଧାରରେ କ୍ଷତିପୂରଣ ବାବଦକୁ ଅର୍ଥ ପ୍ରଦାନ କରାଯିବ ବୋଲି ମାନନୀୟ ବିଧାୟକ ଯାଜପୁର ଓ ତକ୍ରାଳୀନ ଅର୍ଥମନ୍ତ୍ରୀ ତଥା ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ସଂଘର ସମସ୍ତ ଜିଲ୍ଲା ଓ ରାଜ୍ୟ କର୍ମକର୍ତ୍ତାଙ୍କ ଆଗରେ ଏକାଧିକବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ବୋଲି ସଂଘର କର୍ମକର୍ତ୍ତାମାନେ ଗଣମାଧ୍ୟମକୁ ଜଣାଇଛନ୍ତି ।ପ୍ରଥମ ପାଳିର ସରକାର ବହୁ ମତରେ ଆସିଲା । ପ୍ରତିଶ୍ରୁତି ପୂରଣ ପାଇଁ ୩ ମାସର ସମୟ ତ ନିଆଗଲା । ପରେ ପରେ ପ୍ରତିଶ୍ରୁତି ପୂରଣ ପରିବର୍ତ୍ତେ ଚଳିତ ବର୍ଷ ଜୁଲାଇ ୩୦ରୁ ସପ୍ଟେମ୍ବର ୨୭ ତାରିଖ ମଧ୍ୟରେ ୪ଟି ଗାଁସାଥୀ (ମେଟ୍‌) ବିରୋଧୀ ଚିଠି ପଞ୍ଚାୟତିରାଜ ବିଭାଗର ପଦାଧିକାରୀମାନେ କରିଛନ୍ତି । ଏ ସମସ୍ତ ଚିଠିର ପରିବର୍ତ୍ତନ ପାଇଁ ସଂଘ ତରଫରୁ ଲିଖିତ ଭାବେ ଜଣାଇଲେ ମଧ୍ୟ ଫଳ କିଛି ମିଳିନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି । ଏଣୁ ବାଧ୍ୟ ହୋଇ ଆଜି ହଜାର ହଜାର ଗାଁସାଥୀ (ମେଟ୍‌)ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦାବି ପୂରଣ ଲାଗି ସିଧାସଳଖ ମାନନୀୟ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଓ ସଚିବ ୫-ଟି ବିଭାଗ ଆଜ୍ଞାଙ୍କ ସିଧାସଳଖ ହସ୍ତକ୍ଷେପ ଓ ଆଶୁ ସମାଧାନ ଲାଗି ପ୍ରଶାସନିକ ବ୍ୟବସ୍ଥା କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସଂଗଠକ ଶ୍ରୀ ଳକ୍ଷ୍ମୀଧର ବିଶ୍ୱାଳ, ସୌଭାଗ୍ୟ ମିଶ୍ର, ପ୍ରତାପ ମଲ୍ଲିକ, ରାମେଶ୍ୱର ରଣା, ପ୍ରସନ୍ନ ପ୍ରଧାନ, କୁଳମଣି ମେଣ୍ଟା, ଶୁଶିଳା ନାୟକ, ରବିନ୍ଦ୍ର ଗୌଡ଼, ଚରଣନାହାକ, ସୁଧାଂଶୁ ଶତପଥୀ, ଶୋଭାକର ସାହୁ, କରୁଣାକର ନାୟକ, ପ୍ରମୋଦ ସାମଲ, ଉମାକାନ୍ତ ଦାଶ, ଶାନ୍ତନୁ ସେନାପତି, ବୁଲି ସ୍ୱାଇଁ, ମହାଦେବ ମାଝୀ, ମଙ୍ଗଲସାଇ ଭତ୍ରା, ହରି ମାଡ଼କାମୀ, ପଞ୍ଚୁ ନାହାକ, ହେମନ୍ତ ନାହାକ, ସଞ୍ଜିତ ଝାଙ୍କର, ସଞ୍ଜୟ ଗଡ଼ତିଆ, ଅରବିନ୍ଦ ପଟେଲ, ବିନୋଦ ସାହୁ, ଦୟାନିଧି ପଶାୟତ, ଗଗନଧର ସାହୁ, ବିଦ୍ୟାଧର ଭୋଇ, ସୀମାରାଣି ପ୍ରଧାନ, ରାମକୃଷ୍ଣ ପାଢୀ, ଗୋବିନ୍ଦ ତାଣ୍ଡି, ତୁକାରାମ ହିଆଲ, ପ୍ରଫୁଲ୍ଲ ସ୍ୱାଇଁ, ଭେଜଷ ମୁଣ୍ଡା, ସତ୍ୟଭାମା ସୁବୁଦ୍ଧି, ପବିତ୍ର ସୁନ୍ଦରାୟ, ଅଜୟ ଦାସ, ରମାକାନ୍ତ ମହାନ୍ତ, ମନସରୋଜ ପଣ୍ଡା, ଯଦୁମଣି ମୁର୍ମୁ, ନିଳାମ୍ବର ଦିଶାରୀ, ରବି ପ୍ରଧାନ, କନକଲତା ଜେନା, କୈଳାସ ସାହୁ, ଶଶୀଧର ସେଠୀ, ଚରଣ ସ୍ୱାଇଁ, ଦିଲ୍ଲୀପ ମହାପାତ୍ର, ପ୍ରଭାସ ପଣ୍ଡା, ପନୁ ଅପା, ରମେଶ ମୁଣ୍ଡା, ବିଚିତ୍ର ବିର୍ଯ୍ୟ ପ୍ରଧାନ, ବନମାଳୀ ହିକ୍‌କା, ବିରୁପାକ୍ଷ ମଲ୍ଲିକ, ଶକ୍ତି ଦେୱାଲ କିସ୍କୁ ଓ ଅନ୍ୟ ୧୦ ହଜାରରୁ ଉର୍ଦ୍ଧ୍ୱ ଗାଁସାଥୀ(ମେଟ୍‌)ସଂଘର ରାଜ୍ୟ, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସଂଗଠକମାନେ ଆଜିର ଗର୍ଜନ ସମାବେଶରେ ଉପସ୍ଥିତ ଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ଆନ୍ଦୋଳନ ପାଇଁ ହୋଇଥିବା ସଞ୍ଚାଳନ ସମିତି ତରଫରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ