ବିଧାନସଭା ନିର୍ବାଚନରେ ପାଇ ମହାସଂଘର ‘ରଣହୁଙ୍କାର’

ଭୁବନେଶ୍ୱର : ଐତିହାସିକ ବରୁଣେଇ ପାଦଦେଶରେ ଖୋର୍ଦ୍ଧାଜିଲ୍ଲା ପାଇକ ମହାସଂଘର ଜିଲ୍ଲା କାର୍ଯ୍ୟକାରିଣୀ ନବନିଯୁକ୍ତ ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଯୋଗଦେଇ କହିଲେ ଯେ, ଓଡ଼ିଶାର ଆଗାମୀ ବିଧାନସଭା ନିର୍ବାଚନରେ ପାଇକ ମହାସଂଘ ରଣହୁଙ୍କାର ଦେବାକୁ ଘୋଷଣା କରିଛି । ଖୋର୍ଦ୍ଧା ମାଟି ହେଉଛି ଐତିହାସି ମାଟି, ଯେଉଁ ମାଟି ଚିପୁଡ଼ିଦେଲେ ବୋହି ପଡ଼େ ଥପ୍ ଥପ୍ ଲାଲ୍ ରକ୍ତ । ଯେଉଁ ବରୁଣେଇ ପୀଠର ପାଇକମାନେ ଏକାଠି ହୋଇ ଇଂରେଜ ବିରୋଦ୍ଧରେ ସଂଗ୍ରାମ ଜାରି କରି ତାର ଶାଣିତ ତରବାରୀ ଶକ୍ତ କରିଥିଲା, ଆଜି ଏହି ଐତିିହାସିକ ଦୁର୍ଗରୁ ପୁଣିଥରେ ପାଇକ ମହାସଂଘ ପାଇକମାନଙ୍କ ପାଇଁ ଏ ଜାତି, ଏ ମାଟି ପାଇଁ ତାର ସଂଗ୍ରାମର ବିଗୁଲ୍ ଫୁଙ୍କିଛି । ଭାରତବର୍ଷର ପ୍ରଥମ ଇଂରେଜ ବିରୁଦ୍ଧ ସଂଗ୍ରାମ ଏହି ମାଟିରୁ ଆରମ୍ଭ ହୋଇଥିଲା ଯାହା ‘ପାଇକ ବିଦ୍ରୋହ’ ନାମରେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ । କିନ୍ତୁ ଦୁଃଖର ବିଷୟ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେଲେ ନାହିଁ । ଏଠି ରାଜ୍ୟ ସରକାର ଯୋଜନା ପରେ ଯୋଜନା ଦୈନିକ ଘୋଷଣା କରନ୍ତି କିନ୍ତୁ ଏହି ଯୋଜନା ଭିତରେ ପାଇକମାନଙ୍କ ସ୍ଥାନ ନାହିଁ । ଯେଉଁ ବୀର ଜାତି କଳିଙ୍ଗ ଯୁଦ୍ଧ ଠାରୁ ଭାରତ ମାଟିର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ପାଇକ ବିଦ୍ରୋହ’ ପର୍ଯ୍ୟନ୍ତ ନିଜର ଜୀବନକୁ ରଣକ୍ଷେତ୍ରରେ ବାଜି ଲଗେଇଥିଲେ, ଆଜି ସେହି ପାଇକପୁଅର ଦାୟଦ ପେଟ ପାଇଁ ଦେଶାନ୍ତର ହୁଏ ଦାଦନ ଖଟିବା ପାଇଁ । ଏଠି କଳାକାର ଭତ୍ତା ନାମରେ ପାଇକମାନଙ୍କୁ ଉପହାସ କରାଯାଏ । ପାଇକ ଆଖଡ଼ା ଆଜି ମାଟିରେ ମିଶିଗଲାଣି, ଭାଗବତ ଟୁଙ୍ଗୀ ପାଇଁ, ଗୀତାଜ୍ଞାନ ଯଜ୍ଞ, ନଦୀୟା କୀର୍ତ୍ତନର ପୁନରୁଦ୍ଧାର ପାଇଁ ସରକାର ଟଙ୍କା ହେଉଥିବା ବେଳେ ଆଖଡ଼ା ଘରର ଉଦ୍ଧାର ପାଇଁ ଟଙ୍କାଟିଏ ନାହିଁ । ଏହା କ୍ଷୋଭର ସହିତ ପ୍ରକାଶ କରିଛନ୍ତି ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ପାଇକ ଆଖଡ଼ାର ପୁନରୁଦ୍ଧାର, ପାଇକ ଆଖଡ଼ାକୁ ସ୍କୁଲ୍, କଲେଜରେ ସ୍ଥାନ ଦେଇ ତାକୁ ସ୍କାଉଟ୍, ଗାଇଡ୍ ଓ ଏନ୍.ସି.ସି. ଭଳି ମାନ୍ୟତା ଦେବା, ପାଇକ ଏକାଡ଼େମୀ ଖୋଲିବା, ପାଇକ ରେଜିମେଣ୍ଟ ଗଠନ କରିବା, ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ପ୍ରଦାନ କରିବା ଏବଂ ପାଇକମାନଙ୍କୁ ସ୍ୱତନ୍ତ୍ର ବକ୍ସି ଜଗବନ୍ଧୁ ପାଇକ ଭତ୍ତା ପ୍ରଦାନ କରିବାକୁ ମହାସଂଘ ଦାବି କରିଛି । ପାଇକମାନଙ୍କ ପାଇଁ ସ୍ୱତନ୍ତ୍ର ୩୦ ଭାଗ ସ୍ଥାନ ସଂରକ୍ଷଣ ଦାବି କରାଯାଇଛି । ଆଗାମୀ ନିର୍ବାଚନରେ ଯଦି କୌଣସି ରାଜନୈତିକ ଦଳ ପାଇକ ମହାସଂଘକୁ ସମର୍ଥନ ନ କରନ୍ତି, ତେବେ ରାଜ୍ୟ ସଭାପତି ଅଶୋକ ପାଲଟାସିଂହ ଜଟଣୀରୁ ପ୍ରାର୍ଥୀ ହେବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ରାଜ୍ୟ ଉପସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ, ରାଜ୍ୟ ଉପଦେଷ୍ଟା ପ୍ରମୋଦ ସାମନ୍ତରାୟ, ପାଇକ୍ ଜିନ୍ ଗବେଷକ ପ୍ରଫେସର ଗାୟନ ସାମଲ, ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜନ ବଳିୟାରସିଂହ, ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରସନ୍ନ ଦଳବେହେରା, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ରାଜ୍ୟ ସଂଯୋଜକ କେଦାର ଦାସ, ପୁରୀ ଜିଲ୍ଲା ଗଡ଼ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମ କବାଟ, ବିଭୂତି ସ୍ୱାଇଁ, କିଶୋର ବିଶୋଇ, ନୟାଗଡ଼ର ଆରତୀ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ