ବିଧାନସଭା ରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ
ବଦଳୁଛି ରାଜ୍ୟ ଅର୍ଥନୀତି ର ଚେହେରା । ଚଳିତ ବର୍ଷ ଅଭିବୃଦ୍ଧି ହାର ୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଆଜି ସାଧାରଣ ବଜେଟ ଉପସ୍ଥାପନା ହେବା ପୂର୍ବ ରୁ ରାଜ୍ୟ ବିଧାନସଭା ରେ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ବର୍ତ୍ତମାନ ରାଜ୍ୟ ରେ ଅଭିବୃଦ୍ଧି ହାର ରହିଛି ୮.୪ ପ୍ରତିଶତ । ଗତବର୍ଷ ଏହାର ହାର ଥିଲା ୭.୪ ପ୍ରତିଶତ ,ରିପୋର୍ଟ ପ୍ରକାଶ ପରେ ଏହି ତଥ୍ୟ ସାମନା କୁ ଆସିଛି । ଅନ୍ୟପଟେ ହରିୟାନା , ପଞ୍ଜାବ , କେରଳ , ଛତିଶଗଡ ଓ ମଧ୍ୟପ୍ରଦେଶ ଠାରୁ ଓଡିଶାର ଅଭିବୃଦ୍ଧି ହାର ବହୁ ଆଗରେ ରହିଛି ।ଚଳିତ ବର୍ଷ ଆର୍ଥିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରୁ ବଢି ୮.୪ ପହଚିଛି । ବିଷେଶ କରି କୃଷି ,ଶିଳ୍ପ ସେବା କ୍ଷେତ୍ର ରେ ଏହି ହାର ବୃଦ୍ଧି ପାଇଛି । ଏହି ରିପୋର୍ଟ ଅନୁସାରେ କୃଷି କ୍ଷେତ୍ର ରେ ୪୮ ପ୍ରତିଶତ ନିଯୁକ୍ତି ମିଳିଥିବା ବେଳେ ସ୍ୱାସ୍ଥ୍ୟ ,ଜୀବନଧାରଣର ମାନ ଓ ନିରାପତା କ୍ଷେତ୍ରରେ ବହୁ ବିକାଶ ହୋଇଛି । ଖଣିଜ ପଦାର୍ଥ ଉତ୍ତୋଳନ ରେ ୧୦ପ୍ରତିଶତ ବୃଦ୍ଧି ଘଟିଛି । ଏହା ସହିତ ଶିକ୍ଷା କ୍ଷେତ୍ର ରେ ବିଶେଷ କରି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷା ରେ ଅନେକ ଉନ୍ନତି ଆସିଛି । ଶିଶୁ ମୃତ୍ୟୁ ହାରରେ ଅନ୍ୟ ରାଜ୍ୟ ମନଙ୍କ ତୁଳନାରେ ଓଡିଶା ରେ ହାର ବହୁତ କମ ରହିଛି । ସ୍ୱାକ୍ଷରତା ହାରରେ ବିଗତ ୧୦ ବର୍ଷ ମଧ୍ୟରେ ଦୃତ ଭାବେ ବୃଦ୍ଧି ପାଇଛି । ୨୦୧୧ ଜଣ ଗଣନା ଉପରେ ନଜର ପକାଇଲେ ସ୍ୱକ୍ଷରତା ହାର ଥିଲା ୭୨.୯ପତିଶତ ବୃଦ୍ଧିପାଇଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଶିଳ୍ପ ରେ ଆଲୁମିନିୟମ ଓ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କରି ସର୍ବଭାରତୀୟ ସ୍ତରରେ ୧ନଂ ରେ ଅଛି ଓଡିଶା । ୨୦୧୮ ନୀତି ଆୟୋଗ ରିପୋର୍ଟ ରେ ଓଡିଶା ପରଫରର୍ମର ଷ୍ଟେ ଟ ବୋଲି ଉଲ୍ଲେଖ କରାଯାଇଛି । ଏହା ସହିତ ରାଜ୍ୟ ରେ ଜିଡିପି ହାର ବଢିଛି ।