ବିଧାନସଭା ସମ୍ମୁଖରେ କ୍ଷୀରଢାଳି ଦୁଗ୍ଧ ଚାଷୀଙ୍କ ବିକ୍ଷୋଭ, କୃଷିମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର(ଯୁଗାଦ୍ଦ ନ୍ୟୁଜ୍‍): ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଲିଟରପିଛା ୩୦ ଟଙ୍କା, ଗୋଖାଦ୍ୟ କି.ଗ୍ରା. ୧୬ ଟଙ୍କା, ‘କାଳିଆ ଯୋଜନା’ରେ ଦୁଗ୍ଧ·ଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଦାବି ନେଇ ଶହ ଶହ ·ଷୀ ବିଧାନସଭା ସମ୍ମୁଖରେ ରାସ୍ତା ଉପରେ କ୍ଷୀର ଢାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାଙ୍ଗରେ ଗାଈ ଓ କ୍ଷୀର କେନ୍ ଧରି ଦୁଗ୍ଧ·ଷୀ ମହାସଂଘ ଡାକରାରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଭଦ୍ରକ, ଆଠଗଡ଼, ନରସିଂହପୁର ଆଦି ଅଞ୍ଚଳରୁ ଆସିଥିବା ·ଷୀମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ପିଏମ୍ଜି ଛକ ପର୍ଯ୍ୟନ୍ତ ଯାଇ ରାସ୍ତାରେ କ୍ଷୀର ଢାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହାସଂଘର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଏହି ·ଷୀମାନେ କ୍ଷୀର ଲିଟର ୩୦ଟଙ୍କା ଆମର ଦାବି, ‘କାଳିଆ ଯୋଜନା’ରେ ଦୁଗ୍ଧ·ଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଦାବି, ମାଛ·ଷୀଙ୍କୁ ଦେଲ, କୁକୁଡ଼ା ·ଷୀଙ୍କୁ ଦେଲ, ଦୁଗ୍ଧ·ଷୀ କ’ଣ ତମ ସାବତ ପୁଅ ଆଦି ସ୍ଲୋଗାନ ଦେଇ ପିଏମ୍ଜି ଛକରେ ଏକ ପ୍ରତିବାଦ ସଭା କରିଥିଲେ । ବିଭିିନ୍ନ ଜିଲ୍ଲା ପକ୍ଷରୁ ଦୁଗ୍ଧ·ଷୀମାନଙ୍କର ଦୁର୍ଦ୍ଦଶା ଉପରେ କଟକରୁ ବିଜୟ ବେହେରା, ଜଗତସିିଂହପୁରରୁ ମହାସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ଗୌରାଙ୍ଗ ଚରଣ ରାଉତରାୟା, ବାଲିକୁଦାର ସରୋଜ ସ୍ୱାଇଁ, କେନ୍ଦ୍ରାପଡ଼ାରୁ ଅକ୍ଷୟ ମନ୍ତ୍ରୀ, ରଘୁନାଥପୁରରୁ ରୀନା ରାଉତରାୟ, କିଶୋର ସ୍ୱାଇଁ ଏବଂ ବିରଡ଼ି ବ୍ଲକରୁ ·ଷୀନେତା ଛବ ବସ୍ତିଆ ପ୍ରମୁଖ ·ଷୀଙ୍କୁ ଉଦ୍ବୋଧନ ଦେଇ ଦୁଗ୍ଧ ·ଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ସାବତ ପୁଅ ଭଳି ବ୍ୟବହାରର ତୀବ୍ର ନିନ୍ଦା କରିଥିଲେ । ରାଜ୍ୟ ସରକାର ଦୁଗ୍ଧ ·ଷୀଙ୍କର ସର୍ବନିମ୍ନ ଦାବିକୁ ଯଦି ଅବିଳମ୍ବେ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଏହି ·ଷୀନେତା ସରକାରଙ୍କୁ ସତର୍କ କରାଇ ଦେଇଥିଲେ । ଅପରାହ୍ନରେ କୃଷିମନ୍ତ୍ରୀଙ୍କୁ ଭେଟି ଦୁଗ୍ଧ·ଷୀ ମହାସଂଘ ପକ୍ଷରୁ ଏକ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ସ୍ମାରକପତ୍ରରେ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ୩୦ଟଙ୍କା, ‘କାଳିଆ ଯୋଜନା’ରେ ଦୁଗ୍ଧ·ଷୀଙ୍କୁ ଅର୍ନ୍ତଭୁକ୍ତ କରିବା ଏବଂ ଗୁହାଳ ଓ ଗୋଟିଏ ଗାଈ ପାଇଁ ସର୍ବନିମ୍ନ ୧ଲକ୍ଷ ଟଙ୍କା ସହାୟତା, ଦୁଗ୍ଧ ସମବାୟ ସମିତିର ସମ୍ପାଦକମାନଙ୍କୁ ସମବାୟ କ୍ୟାଡ଼ରଭୁକ୍ତ କରିବା, ଓମ୍ପେଡ଼ ପକ୍ଷରୁ ଦୁଗ୍ଧ·ଷୀଙ୍କ ଉପରେ ଯେଉଁ ଜରିମାନା କରାଯାଉଛି ତାକୁ ତୁରନ୍ତ ପ୍ରତ୍ୟାହାର ଏବଂ ଲିଟର ପିଛା ସର୍ବନିମ୍ନ ୨ଟଙ୍କା ଇନ୍ସେଣ୍ଟିଭ ଦେବା, ଗୋଖାଦ୍ୟର ବଜାର ଦର ନିୟନ୍ତ୍ରଣ କରିବା ସହିତ ଗୋଚର ଜମିର ସୁରକ୍ଷା କରିବା ଏବଂ ଓମ୍ଫେଡ଼୍ର ଏମ୍ଡ଼ିଙ୍କୁ ତୁରନ୍ତ ବଦଳି କରି ଏକ ସମ୍ବେଦନଶୀଳ ପୂର୍ଣ୍ଣକାଳୀନ ପରି·ଳନା ନିର୍ଦ୍ଦେଶକ ନିଯୁକ୍ତ କରିବା ଆଦି ଦାବି ନେଇ ଆଲୋଚନା କରାଯାଇଥିଲା । କୃଷିମନ୍ତ୍ରୀ ଶଶିଭୂଷଣ ବେହେରା ଦୁଗ୍ଧ·ଷୀଙ୍କର ଏହି ମୌଳିକ ଦାବି ପ୍ରତି ସମ୍ବେଦନ ଥିବା ସହିତ ଏ ସମ୍ପର୍କରେ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ·ଷୀନେତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁଗ୍ଧ·ଷୀ ମହାସଂଘ ସମ୍ପାଦକ ନାରାୟଣ ଡାଳୁଆ, ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ·ଷୀନେତା ଗୁନା ସାମନ୍ତରା, ଯୁବନେତା ଏନ୍.ସମ୍ବିତ ଦାସ, ପ୍ରଦୀପ ମିଶ୍ର, ସରୋଜ ଚନ୍ଦ୍ର ବେହେରା ଓ ଛାତ୍ରନେତା ରାଜ୍ୟପ୍ରିୟ ଦାସ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ରାଜ୍ୟର ୧୧ ଲକ୍ଷ ଦୁଗ୍ଧ·ଷୀ ପରିବାର ୬୧୫୯ଟି ଦୁଗ୍ଧ ସମବା ସମିତି ଜରିଆରେ ଦୁଗ୍ଧ ଉତ୍ପାଦନ ଓ ବିକ୍ରୟରେ ସମ୍ପୃକ୍ତ ଥିଲେ ମଧ୍ୟ ୨୦୧୪ ମସିହାରୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରାଯାଇ ନାହିଁ । ଫଳରେ ଦୁଗ୍ଧ·ଷୀ ପରିବାର ଚଳାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଦୁଗ୍ଧ·ଷୀ ମହାସଂଘ ପକ୍ଷରୁ କୃଷିମନ୍ତ୍ରୀଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ