ବିଧାନସଭା ସମ୍ମୁଖରେ ୨୨ରୁ ଆୟୁଷ ଡ଼ାକ୍ତରମାନଙ୍କ ଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାରେ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡ଼ାକ୍ତରମାନେ ୨୨.୦୩.୨୦୨୧ରିଖରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସ୍ଥାୟୀ ଚାକିରୀ ନିମିତ୍ତ ଧାରଣାରେ ବସିବେ । ଆୟୁଷ ଡ଼ାକ୍ତରମାନେ ଏଲୋପାଥି ଡ଼ାକ୍ତରମାନଙ୍କ ଅଭାବରେ ସାରା ଓଡ଼ିଶାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଦୀର୍ଘ ୧୪ବର୍ଷ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଦେଇ ଆସୁଛନ୍ତି । ଆୟୁଷ ଡ଼ାକ୍ତରମାନେ ରୋଗୀ ସେବା କରିବା ସହ ସରକାରଙ୍କର ପ୍ରତ୍ୟେକ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଯଥା : ଟୀକାକରଣ, ମମତା ଦିବସ, ପୁଷ୍ଟିକର ଦିବସ, ଯକ୍ଷ୍ମା, ମ୍ୟାଲେରିଆ, କୁଷ୍ଠ ନିରାକରଣ ଯୋଜନା ଆଦି ତଦାରଖ କରିଆସୁଛନ୍ତି । ପ୍ରସୂତୀ ଚିକତ୍ସା, ବନ୍ୟା, ବାତ୍ୟା, ମହାମାରୀ, ସ୍ୱାସ୍ଥ୍ୟ ଶିବିର ଆଦିରେ ଚିକିତ୍ସା କରି ଆସୁଛନ୍ତି । ବାରମ୍ବାର ସ୍ଥାୟୀ ଚାକିରୀ ପାଇଁ ସରକାରଙ୍କ ପାଖରେ ଦାବି ହେବା ପରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଥମେ ଆନ୍ତଃମନ୍ତ୍ରୀ କମିଟି ତାଲିକାରେ ଆୟୁଷ ଡାକ୍ତରମାନଙ୍କ ଚାକିରୀ ସ୍ଥାୟୀକରଣ ସ୍ଥାନ ପାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଅଫିସ୍ ଚାକିରୀ ଓପିଏସି ପରୀକ୍ଷା ବଦଳରେ ଏକକାଳୀନ ସ୍ଥାୟୀ ନିଯୁକ୍ତି କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ଓପିଏସ୍ ପରୀକ୍ଷା ବଦଳି ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ ସ୍ଥାୟୀ ଚାକିରୀ ଫାଇଲ୍ ଅର୍ଥ ବିଭାଗର ଅନୁମୋଦନ ପାଇଁ ଯାଇନାହିଁ । ଏଥିପାଇଁ ଆୟୁଷ ଡ଼ାକ୍ତରମାନଙ୍କ ମନରେ ଘୋର କ୍ଷୋଭ ପ୍ରକାଶ ପାଇଛି । ତେଣୁ ସେମାନେ ଧ।।ରଣାରେ ବସିବେ । ସରକାର ଯଦି ତୁରନ୍ତ ସ୍ଥାୟୀ ନିଯୁକ୍ତି ନଦିଅନ୍ତି ତେବେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଧାରଣାରେ ବସିବାକୁ ଯାଉଥିବା ସଂଘର ସଭାପତି ଡ଼ାକ୍ତର ଜ୍ୟୋତିରଞ୍ଜନ ଗାହାଣ, ଉପସଭାପତି ଡ଼ାକ୍ତର ପାର୍ଥସାରଥୀ ଦାସ, ସାଧାରଣ ସମ୍ପାଦକ ଡା. ପ୍ରଭାକର ଦାସ, ସହ ସମ୍ପାଦକ ଡା. ଉମାକାନ୍ତ ରଣା, କୋଷାଧ୍ୟକ୍ଷ ଡା. ଚନ୍ଦ୍ରକାନ୍ତ ରାଉତ, ଆବାହକ ଡା. ବିଶ୍ୱରଞ୍ଜନ ଜେନା, ଡା. ପ୍ରଶାନ୍ତ କୁମାର ପାଢୀ, ଡା. ରବିନାରାୟଣ ବେହେରା, ଡା. କୈଳାଶ ଚନ୍ଦ୍ର ପତି, ଡା. ସୀମାଲତା ସ୍ୱାଇଁ, ଡା. ମମତା ମହାନ୍ତି, ଡା. କିଶୋର ପ୍ରଧାନ ଓ ସମସ୍ତ ଧାରଣାରତ ଆୟୁଷ ଡ଼ାକ୍ତରମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ