ବିଧାନ ଚନ୍ଦ୍ର ଜେନାଙ୍କ କଂଗ୍ରେସ ଦଳର ପ୍ରଥମିକ ସଦସ୍ୟରୁ ଇସ୍ଥଫା

ବାଲେଶ୍ୱର, ( ଯୁଗାବ୍ଦ ନ୍ୟୁଜ): ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ବାବା ସାହେବ ଡ. ଆମ୍ବେଦକରଙ୍କ ରାସ୍ତାରେ ଥାଇ ଗଣତନ୍ତ୍ର, ସମାଜବାଦ, ତଥା ଧର୍ମ ନିରପେକ୍ଷ ମୂଲ୍ୟବଧ ଓ ପ୍ରଗତିଶୀଳ ଆଭିମୁଖ୍ୟ ନେଇ କାର୍ଯ୍ୟ କରି ଆସୁ ଥିବା ୧୩୪ ବର୍ଷର ଜାତିର କଂଗ୍ରେସ ଦଳର ବିଚାର- ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦୦୯ ମସିହାରୁ କେନ୍ଦ୍ର ସରକାର ଚାକିରୀରୁ ଅବ୍ୟଗତୀ ନେଇ କଂଗ୍ରେସ ଦଳରେ ଆଜି ଯାଏ ଜଣେ ଶୁଂଙ୍ଖଳିତ କର୍ମୀ ଭାବେ ୨୦୦୯-୧୪ ସାଧାରଣ ନିର୍ବାଚନ ଓ ବିଗତ ୨୦୧୨ ଓ ୧୭ ତ୍ରୀସ୍ତରିଅ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ଅନେକ ସାଙ୍ଗଠନିକ କାର୍ଯ୍ୟ କରିଛନ୍ତି । ସମ୍ପ୍ରତ୍ତି ୨୦୧୯ ସାଧାରଣ ନିର୍ବାଚନ ଅବ୍ୟହିତ ପୂର୍ବରୁ ପିସିସି କୃଷକ ସେଲର ରାଜ୍ୟ ସାଧାରଣ ସମ୍ପାଦକ, ପିସିସି ଅନୁସଚିତ ଜାତି ବିଭାଗର ରାଜ୍ୟ ଆବାହକ ସହିତ ମୟୂରଭ ଜିଲ୍ଲ୍ାର କୃଷକ ସେଲ ଓ ଅନୁସୁଚିତ ଜାତି ବିଭାଗର ସାଙ୍ଗଠନିକ ଅତିରିକ୍ତ ଦାୟିତ୍ୱ ସହିତ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ମିଡିଆ ସେଲର ସଂଯୋଜକ ଭାବେ ସେ ଅବସ୍ଥାପିତ ଥିଲେ ହେଁ ଗତ ତିନି ମାସ ଧରି କଂଗ୍ରେସ ଦଳରେ କୌଣସି କାରଣ ନଥାଇ ତାଙ୍କୁ କୌଣସି କାର୍ଯ୍ୟକ୍ରର୍ମକୁ ଡକାଯାଇନାହିଁ ଏବଂ ଏକ ପ୍ରକାର ରାଜନୈତିକ ବାସନ୍ଧ କରାଯାଇ ଅଛି । ଏହି ପରିପେକ୍ଷିରେ ସେ ଏବେ କଂଗ୍ରେସ ଦଳ ନିତି ଆଦର୍ଶରେ ବିଶ୍ୱାସ କରୁଥିବା କର୍ମୀଙ୍କୁ ଗୁରୁତ୍ତ ଦେଉନାହାନ୍ତି । ତେଣୁ ସେ ଆଜି କଂଗ୍ରେସ ଦଳର ରାଜ୍ୟ, ଜିଲ୍ଲା ସ୍ତରିୟ ସମସ୍ତ ପଦବି ଓ ସାଧାରଣ ସଦସ୍ୟରାରୁ ଇସ୍ଥଫା ଦେଇଛନ୍ତି । ଏହାର ସୁଚନା ରାଜ୍ୟ କଂଗ୍ରେସ କମିଟି, କୃଷକ ସେଲ, ଅନୁସୁଚିତ ଜାତୀ ବିଭାଗ ଓ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କୁ ଅବଗତ କରାଯାଇଛି ଏବଂ ଆସନ୍ତା ତା୦୩.୦୪.୨୦୧୯ରିଖରେ ସାଧାରଣ ନିର୍ବାଚନ ପରିପେକ୍ଷିରେ ରେମୁଣା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ଭାବେ ସେ ବାଲେଶ୍ୱର ଜିଲ୍ଲା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ନାମାଙ୍କନ ପ୍ରର୍ଥୀପତ୍ର ସ୍ୱାଧିନ ପ୍ରର୍ଥୀ ଭାବେ ଦାଖଲ କରିବେ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ