ବିଧାନ ସଭା ଷ୍ଟାଣ୍ଡିଂ କମିଟିର ଯୋଡା ଖଣି ଅଂଚଳ ଗସ୍ତ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟମାନେ ମଙ୍ଗଳବାର ଯୋଡା ଖଣିମଣ୍ଡଳର ବିଭିନ୍ନ ଖଣି ଅଂଚଳ ଗସ୍ତ କରିଛନ୍ତି । ବୌଦ୍ଧ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଷ୍ଟାଣ୍ଡିଂ କମିଟରେ ଟିକିଟି ବିଧାୟିକା ଉଷା ଦେବୀ, ମହନା ବିଧାୟକ ଦାଶରଥି ଗୋମାଙ୍ଗ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏହି ଗସ୍ତରେ ଆସିଥିବା ବେଳେ ସ୍ଥାନୀୟ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଯୋଡା ଖଣି ଅଂଚଳ ଆସିବା ବେଳେ ଅଂଚଳର ଶୋଚନୀୟ ରାସ୍ତାଘାଟ ଓ ଲୁହାପଥର ଗୁଣ୍ଡ ଯୋଗୁ ହେଉଥିବା ଧୂଳିଧୂଆଁରେ ଗଛପତ୍ର ଓ ଘରବାଡି ନାଲି ହୋଇପଡିଥିବା ଦେଖି କମିଟିର ସଦସ୍ୟାସଦସ୍ୟମାନେ ସ୍ଥାନୀୟ ପ୍ରଶାସନ ଓ ଖଣି କମ୍ପାନୀମାନଙ୍କ ଉପରେ ଅସନ୍ତୋଷବ୍ୟକ୍ତ କରିଥିଲେ । ମଙ୍ଗଳବାର ପୂର୍ବାହ୍ନରେ କମିଟିର ସଦସ୍ୟାସଦସ୍ୟମାନେ ପ୍ରଥମେ ଯୋଡା ଖଣି ମଣ୍ଡଳର ରୁଙ୍ଗଟା ଖଣିରେ ପହନଚି ଖଣିର ପାରିପାଶ୍ୱର୍ିକ ଅବସ୍ଥା, ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା, ଶ୍ରମିକ ଓ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଭୃତି କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଖଣିର ଉପରପାଶ୍ୱର୍ରେ କରାଯାଇଥିବା ପ୍ଲାନ୍ଟେସନ ପର୍ଯ୍ୟାପ୍ତ ପରିମାଣରେ ହୋଇନଥିବାରୁ କମିଟିର ସଦସ୍ୟମାନେ ଗଛ କାଟୁଛ ଅଧିକ ଓ ରୋପଣ କରୁଛ କମ୍ କହି ଖଣି କର୍ତୁପକ୍ଷଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ଜୁରୁଡିର ଏସେଲ ଖଣି ପାଶ୍ୱର୍ରେ ଥିବା ଚିରସ୍ରୋତା ଦଲକି ନାଳରେ ଲୋକେ ଗାଧଉଥିବା ଦେଖି କମିଟିର ସଦସ୍ୟମାନେ ସେଠାରେ ଅଟକିଥିଲେ । ଖଣିଦ୍ୱାରା ପ୍ରଭାବିତ ଦଲକି ନାଳର ପ୍ରଦୂଷିତ ଜଳ ଦେଖି ସେମାନେ ଏସେଲ ଖଣିର କର୍ତୁପକ୍ଷଙ୍କୁ ତାଗିଦ କରିଥିଲେ । ଖଣିର ବର୍ଜ୍ୟବସ୍ତୁର ଜଳ ସିଧାସଳଖ ଦଲକି ନାଳକୁ ନିସ୍କାଷନ ନକରିବା ପାଇଁ ଖଣି କର୍ତୁପକ୍ଷଙ୍କୁ କହିଥିଲେ । ସ୍ଥାନୀୟ ଲୋକମାନଙ୍କ ପାଇଁ ଗାଧୋଇବା ପାଇଁ ତୁଠ ଏବଂ ପରିଷ୍କାର ପରିବେଶ ସୃଷ୍ଟି କରିବା ପାଇଁ କମିଟି ପକ୍ଷରୁ କୁହାଯାଇଥିଲା । ଷ୍ଟାଣ୍ଡିଂ କମିଟି ର ସଦସ୍ୟମାନେ ଖଣିଗୁଡିକର ନକ୍ସା ମାନଚିତ୍ର ତଥା ଟପୋସିଟ୍ ଦେଖିବା ସହିତ ଏହାର କପି କମିଟିକୁ ଦେବା ପାଇଁ କମିଟିର ଅଧ୍ୟକ୍ଷ ପ୍ରଦୀପ ଅମାତ ଖଣି କର୍ତୁପକ୍ଷଙ୍କୁ କହିଥିଲେ । ବାଣିଜ୍ୟ ଓ ପରିବହନ, ଜଙ୍ଗଲ ଓ ପରିବେଶ, ଇସ୍ପାତ ଓ ଖଣି, ଶିଳ୍ପ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ପ୍ରଭୃତି ବିଷୟ ଉପରେ କମିଟି ପକ୍ଷରୁ ତଦାରଖ କରାଯାଇଥିବା କମିଟିର ଅଧ୍ୟକ୍ଷ ବିଧାୟକ ପ୍ରଦୀପ କୁମାର ଅମାତ କହିଥିଲେ ଷ୍ଟାଣିଂ କମିଟିରେ ଆସିଥିବା କଂଗ୍ରେସ ଦଳର ମହନା ବିଧାୟକ ଦାଶରଥି ଗୋମାଙ୍ଗ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଷ୍ଟାଣ୍ଡି କମିଟି ଏହି ଅଂଚଳକୁ ପରିଦର୍ଶନରେ ଆସିଛି, ଏହି ଅଂଚଳର ସମସ୍ୟା ଉପରେ ସମୀକ୍ଷା ରିପୋର୍ଟ ଗୃହରେ ଦାଖଲ କରାଯିବ । ହେଲେ ସରକାର ରିପୋର୍ଟ ଅନୁଯାୟୀ ଅଂଚଳରେ ବିକାଶ କାର୍ଯ୍ୟକୁ ବାସ୍ତବିକ ରୂପ ଦେବା ଉଚିତ । ପରେ କମିଟି ବଡବିଲ ଅଭିମୁଖେ ଗସ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ