ବିଧାୟକଙ୍କୁ କରୋନା
ଟାଙ୍ଗୀ/ସାଲେପୁର: କଟକ ଜିଲ୍ଲା ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବିଧାୟକ ଶ୍ରୀ ବେହେରାଙ୍କ ବ୍ୟକ୍ତିଗତ ହୋଇଥିବା ଜଣାପଡ଼ିଛି । ବିଧାୟକ ଶ୍ରୀ ବେହେରା ବ୍ୟକ୍ତିଗତ ସହାୟକ ଓ ଗାଡ଼ି ଚାଳକ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ରାତିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ବିଧାୟକ ଶ୍ରୀ ବେହେରା ଓ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ଆଣି ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ବିଧାୟକ ଶ୍ରୀ ବେହେରା କିଛି ଦିନ ତଳେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ସେ ଘରକୁ ଫେରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।


