ବିଧାୟକଙ୍କୁ ଗିରଫ କରିବା ପ୍ରତିବାଦରେ ଭାଜପା ପକ୍ଷରୁ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫକୁ ପ୍ରତିବାଦ କରିଛି ଗଜପତି ଜିଲ୍ଲା ଭାଜପା । ଆଜି ଗଜପତି ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣରାଓଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଭାଜପାର ଏକ ଟିମ୍ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କୁ ଭେଟି ପ୍ରଦାନ କରିଥିବାର ଜଣାପଡିଛି । ରାଜ୍ୟ ସରକାର ଏକଛତ୍ରବାଦ ଶାସନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିରୋଧୀ ଦଳ ନେତାଙ୍କ ମୁହଁ ବନ୍ଦ କରିବା ପାଇଁ ପୋଲିସକୁ ବ୍ୟବହାର କରି ରାଜ୍ୟସରକାର ଭୟର ବାତାବରଣ ସୃଷ୍ଟି କରୁଛନ୍ତି ଅଭିଯୋଗ କରିଛନ୍ତି । ସେମାନେ ଆହୁରି ଜଣାଇଛନ୍ତି ଯେ, ଜଣେ ବିଧାୟକଙ୍କୁ ଗୋଟିଏ ସାଧାରଣ ଏତଲା ଆଧାରରେ ଗିରଫ କରାଯାଇପାରିବ ନାହିଁ ଏବଂ ଯଦି ବିଡିଓଙ୍କ ଏତଲା ଗ୍ରହଣ କରାଗଲା ତେବେ ବିଧାୟକ ଯେଉଁ ଏତଲା ଦେଇଥିଲେ ତାହାକୁ ପୋଲିସ କାହିଁକି ଗୁରୁତର ଦେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଏହି ଟିମ୍ । ରାଜ୍ୟ ସରକାର ଯେଉଁ ଭଳି ବେଆଇନ ଗିରଫଦାରୀ କରିଛନ୍ତି ତାହା ସମ୍ପୂର୍ଣ୍ଣ ଆଇନବିରୋଧୀ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ପାରଳାଖେମୁଣ୍ଡି ଆଦର୍ଶଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ରହିଥିଲେ । ସେହିପରି ଜିଲ୍ଲା ଭାଜପା ଟିମ୍‌ରେ ବରିଷ୍ଠ ନେତା ତିରୁପତି ନାୟକ, ସିଦ୍ଧେଶ୍ୱର ମିଶ୍ର, ସିଏଚ୍‌.ସୀମାଦ୍ରୀ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ