ବିଧାୟକଙ୍କୁ ଡ୍ରାଇଭର ସଂଘର ଦାବିପତ୍ର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଅଲ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଡ୍ରାଇଭର ସଂଘର ସଦସ୍ୟ ମାନେ ଦଳୀୟ କାର୍ଯ୍ୟାଳୟ ଠାରେ ପହଞ୍ଚି ବିଧାୟକଙ୍କୁ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିବା ବେଳେ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଵିଶେଷ କରି ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ସହିତ ସାମାଜିକ ସୁରକ୍ଷା, ଗାଡି ପାର୍କିଂ ସ୍ଥାନ ତଥା ବିଶ୍ରାମ ଗୃହ ନିର୍ମାଣ, ୫୫ବର୍ଷ ପରେ ପେନସନ, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଓ ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଘୋଷଣା ଆଦି ୧୦ଦଫା ଦାବି ବାବଦରେ ଲିଖିତ ଭାବେ ବିଧାୟକଙ୍କୁ ଜଣାଯାଇଛି । ଯଥାଶୀଘ୍ର ବିଧାୟକ ଶ୍ରୀଯୁକ୍ତ ସାମଲ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ଅଟୋ, ଟ୍ୟାକ୍ସି, ବସ ଓ ଟ୍ରକ ଡ୍ରାଇଭର ପ୍ରମୁଖ ବିଧାୟକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ