ବିଧାୟକଙ୍କୁ ନିଖିଳ ଓଡ଼ିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଦାବିପତ୍ର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଓଡ଼ିଶାରେ ଥିବା ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀ ସଂଘ,ଓଡ଼ିଶା କର୍ମଚାରୀଙ୍କ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ ପାଇଁ ୨୦୨୨ ମସିହା ଜାନୁଆରୀ ୧୧ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ସେହି ଆଧାରରେ ସେମାନେ ୮ ମାସ ହେଲା ଦରମା ପାଉଥିଲେ ।ଏହି ନିୟମ ଅନୁଯାୟୀ ୪୬୦୦ ଗ୍ରେଡ ପେ ରେ ଥିବା ସମସ୍ତ କର୍ମଚାରୀଙ୍କ ଦରମା ସମାନ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଗତ ୦୮/୦୯/୨୦୨୨ ତାରିଖରେ ସରକାରଙ୍କ ସ୍ତରରେ ବୈଠକରେ ଦରମା ଅସଂଗତି ପାଇଁ ନିଷ୍ପତ୍ତି ହୋଇଛି । ଅର୍ଥାତ୍ ୭ମ ବେତନ କମିଶନଙ୍କ ନିୟମ ଉଲ୍ଲଙ୍ଘନ କରି ଶତକଡା ୧୯୬ ମହଙ୍ଗା ଭତ୍ତା ହାରରେ ଦରମା ଦେବା ପାଇଁ ଚିନ୍ତା କରୁଛନ୍ତି ଯାହା ସଂପୂର୍ଣ୍ଣ ଅଯୌକ୍ତିକ,,ଅସଂଗତି ଓ ବେନିୟମ ।ଏହା ଦ୍ବାରା ଗୋଟିଏ ବର୍ଗ ଅନ୍ୟ ବର୍ଗ ଠାରୁ ୬୦୦୦ ଟଙ୍କା ଅଧିକ ପାଇବେ ।ଵରିଷ୍ଠତା ନିର୍ଣ୍ଣୟ କରିବା ପାଇଁ ସରକାର ବିଜ୍ଞପ୍ତି ନଂ ୨୭୯୬୪ ତା ୩୧.୦୭୨୦୨୦ ରିଖ ଅନୁଯାୟୀ ୬୬୨ ବର୍ଗ କର୍ମଚାରୀଙ୍କୁ ବରିଷ୍ଠ ଦର୍ଶାଯାଇଥିବା ବେଳେ କେଉଁ ଆଧାରରେ କନିଷ୍ଠ ମାନଙ୍କୁ ଅଧିକ ଦରମା ଦିଆଯିବ,ଯାହାକୁ ନେଇ ବରିଷ୍ଠ ଅଧ୍ୟାପକ ଓ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ସେହି ନୂତନ ନିଷ୍ପତ୍ତିରେ ୬୬୨ ବର୍ଗର ଅଧ୍ୟାପକମାନେ ୪୬୦୦ ଗ୍ରେଡପେ ପାଉଥିଲେ ମଧ୍ୟ ୪୨୦୦ ଗ୍ରେଡ ପରେ ପାଉଥିବା ଡେମୋନଷ୍ଟ୍ରେଟର ଓ ସ୍କୁଲ ଶିକ୍ଷକଙ୍କ ଠାରୁ କମ୍ ଦରମା ପାଇବାକୁ ଯାଉଛନ୍ତି ।ଏହାକୁ ନେଇ ନିଖିଳ ଓଡ଼ିଶା ୬୬୨(+୨ ଓ+୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ,ବାମନଘାଟୀ ଶାଖାର ସଂଯୋଜ ଅଧ୍ଯାପକ ପ୍ରଦୀପ ସାହୁ,ମାନସ ରଂଜନ ପରିଡ଼ା, ପୁର୍ଣ୍ଣ ଚନ୍ଦ୍ର ବରାଳ, ପର୍ଶୁରାମ ମହାନ୍ତି ରମୁଖ ଆଜି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।