ବିଧାୟକଙ୍କୁ ସରପଞ୍ଚଙ୍କ ଦାବିପତ୍ର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସରପଞ୍ଚ ମାନଙ୍କ ବିଭିନ୍ନ ପ୍ରକାର ଦାବିକୁ ନେଇ ଭୁବନେଶ୍ୱର ଠାରେ ଧାରଣା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତର ସରପଞ୍ଚ ମାନେ ଧାରଣାରେ ସାମିଲ ହୋଇଛନ୍ତି। ଏଥିପାଇଁ ଗ୍ରାମାଞ୍ଚଳ ମାନଙ୍କରେ ଉନ୍ନୟନମୂଳକ କାମ ଗୁଡିକ ଠପ ହୋଇଯାଇଛି। ବ୍ଲକ ସରପଞ୍ଚ ସଂଘ ସଭାପତି ଅମୂଲ୍ୟ ନାୟକଙ୍କ ନେତୃତ୍ବରେ ସମସ୍ତ ସରପଞ୍ଚ ମାନେ ଧାରଣା ଦେଇଛନ୍ତି। ଆଜି ସଭାପତିଙ୍କ ସମେତ ସମ୍ପାଦିକା ଦେବଦାସୀ ଜେନା, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ଧନେଶ୍ୱର ଖୁଣ୍ଟିଆ, ସୁଜାତା ସାହୁ, ସୁବାଶିନୀ ସାହୁ, ମିନତୀ ପରିଡା, ମଧୁସ୍ମିତା ସାହୁ, ବିଶ୍ୱନାଥ ସାହୁ, ସତ୍ୟବ୍ରତ ପାଲ ପ୍ରମୁଖ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲଙ୍କୁ ସାକ୍ଷାତ କରି ୧୫ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ସସ୍ମିତା ସେଠୀ, ବର୍ଷାରାଣୀ ଜେନା, ରମେଶ ଚନ୍ଦ୍ର ଜେନା, ସାଧନାଞ୍ଜଳି ମହାପାତ୍ର , ମିନତୀ ସାହୁ, ପରମାନନ୍ଦ ନାୟକ, ଅକ୍ଷୟ ତ୍ରିପାଠୀ, ବାସନ୍ତୀ ଜେନା, ବାସନ୍ତୀ ଲତା ଦାସ, କାଂଚନବା ଳା ପାତ୍ର ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ