ବିଧାୟକଙ୍କ  ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ପ୍ରବାସୀଙ୍କ ସହ ଆଲୋଚନା 

ପୋଲସର/ବୁଗୁଡା (ଅନିଲ କୁମାର ମହାରଣା): ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମଇ ୧୪ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁ ପୋଲସରା ବ୍ଲକର ଚଢ଼ିଆପଡା, କଣଛାଇ, ପଙ୍କଳବାଡି, ହାତିପାଦ ପଲ୍ଲୀ, ଗରେଇଝୁଳି, ଓ କେନ୍ଦୁବାଡ଼ି ଏବଂ ବୁଗୁଡା ବ୍ଲକର ପଙ୍କଳବାଡ଼ି, ପାଙ୍ଗିଡ଼ି, ଅନ୍ତରପଡ଼ା, ତାଳସାକାର, ଓ ଖୋଳଖାଳି ପ୍ରଭୃତି ବିଦ୍ୟାଳୟ ଗୁଡିକର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପ୍ରବାସୀ ଓଡ଼ିଆଙ୍କ ଅଭାବ ଅସୁବିଧା ବୁଝିଥିଲେ। ଏଥିସହ ସେହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟୀତ୍ୱରେ ଥିବା ପଞ୍ଚାୟତର ଲୋକପ୍ରତିନିଧି ଓ କର୍ମଚାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ