ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବିଲେଶ୍ୱରଙ୍କ ନିକଟରେ ସମୂହ ଦୀପଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ ଏବଂ ଦୀର୍ଘ ନିରାମୟ ଜୀବନ କାମନା କରି ଯୁବନେତା ମହେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଯୁବ, ଛାତ୍ର ଓ ମହିଳାମାନେ କଜଳାସ୍ଥିତ ବିଲେଶ୍ୱର ମହାଦେବଙ୍କ ନିକଟରେ ସମୂହ ଦୀପଦାନ କରିଛନ୍ତି । କେନ୍ଦ୍ରାପଡା ପୈାରାଞ୍ଚଳର ୨୧ ନଂ ୱାର୍ଡ ଅନ୍ତର୍ଗତ କଜଳା ବିଲେଶ୍ୱର ମହାଦେବଙ୍କ ନିକଟରେ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଦେବାଶିଷ କର, ସୈାମ୍ୟରଞ୍ଜନ ସାମନ୍ତରାୟ, ଦୀପକ ମଲ୍ଲିକ, ମମତା ଥାପା, ଜୟନ୍ତୀ ବେହେରା, ହୀରାମଣି ଜେନା, ବାହାଲି ଟୁଡୁ, ରତ୍ନମଞ୍ଜରୀ ମୁଦୁଲୀ, କୁନିଲତା ଦାସ ଓ ସନ୍ଧ୍ୟାରାଣୀ ନାୟକ ପ୍ରମୁଖ ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ ଏବଂ ଦୀର୍ଘ ଜୀବନ କାମନା କରି ଦୀପଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ