ବିଧାୟକଙ୍କ ଉଦଘାଟନୀ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ କୁରାଳ ସମାଜ ଗୃହକୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ବୁଢେଇଶୁଣି ଗ୍ରାମରେ ରଜକA ସମାଜ ଗୃହକୁ ଉଦଘାଟନ କରିବା ସହ ରାଜଶ୍ରୀ ବଳାସୀ ସମାଜ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମଇ ୮ ତାରିଖ ଦିନ ବିଧାୟକ ଶ୍ରୀ ସାହୁଙ୍କ ୬ ଟି କାର୍ଯ୍ୟକ୍ରମ ମଧ୍ୟରୁ ୪ ଟି କାର୍ଯ୍ୟକ୍ରମ ପୋଲସରା ବ୍ଲକରେ ଥିବାବେଳେ ଅନ୍ୟ ଦୁଇଟି କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟ ନଗର ବ୍ଲକରେ ଥିବା ଜଣାପଡିଛି। ଢୁଙ୍କାପଡା କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ସମିତି ସଭ୍ୟା ସଂଯୁକ୍ତା ବାଡତ୍ୟା, ସରପଞ୍ଚ ସୀମାଞ୍ଚଳ ସେଠୀ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ବୁଢେଇଶୁଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ସୁରଞ୍ଜନ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ବିକ୍ରମ ନାୟକ, ସରପଞ୍ଚ ମନୋଜ କୁମାର ପରିଡା ଓ ସମିତି ସଭ୍ୟା ସରିତା କୁମାରୀ ଦେବୀ ଯୋଗଦେଇଥିଲେ। ବହୁ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ