ବିଧାୟକଙ୍କ ଉଦଘାଟନୀ କାର୍ଯ୍ୟ ସହ ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ କରସିଙ୍ଗି ଗ୍ରାମ ପଞ୍ଚାୟତର ପୋକସୁଙ୍ଗା ଓ ରାବଗଡ଼ ଦୁଇ ଗ୍ରାମରେ ନୂତନ ଭାବେ ନିର୍ମିତ କୋଠାଗୃହକୁ ନଭେମ୍ବର ୬ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, କରସିଙ୍ଗି ସରପଞ୍ଚ ପୁଷ୍ପାଞ୍ଜଳି ସେଠୀ, ସମିତି ସଭ୍ୟା ଆରତୀ ନାଏକ, ଓ ପୂର୍ବତନ ସରପଞ୍ଚ ରାମେଶ୍ୱର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ ଆଦିବାସୀ ବହୁଳ ଗ୍ରାମ ବେଢାଖୋଲ, ବରଡ଼ାସାହି, ସମଲେଇ ପ୍ରଭୃତି ଗ୍ରାମକୁ ଯାଇ ଜନସାଧାରଣଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ