ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ଉଜ୍ୱଳ ଆଲୋକର ଶୁଭ ଉଦଘାଟନ

ବାଲେଶ୍ୱର:ବାଲେଶ୍ୱରର ସଦର ନିର୍ବାଚନ ମଣ୍ଡଳୀର ଛାନୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛାନୁଆ ସତ୍ୟନଗରପାହି ସିତଳା ଠାକୁରାଣୀ ହରିସମାଜ ଛକ ପ୍ରାଙ୍ଗଣରେ ବାଲେଶ୍ୱର ସଦର ବିଧାୟକ ଶ୍ରୀଯୁକ୍ତ ମଦନ ମୋହନ ଦତ୍ତଙ୍କ ଏମ.ଏଲ.ଏ ପାଣ୍ଠିରୁ ଏକ ଉଜ୍ୱଳ ଆଲୋକର ଶୁଭ ଉଦଘାଟନ ହୋଇଥିଲା । ଏହି ଉଦଘାଟନ ଉତ୍ସବରେ ୨୯ନଂ ଜୋନର ପ୍ରଭାରୀ ଶ୍ରୀ ଲୋକନାଥ ଭୁୟାଁ ଏହି ଉଜ୍ୱଳ ଆଲୋକର ଉଦଘାଟନ କରିବା ସହିତ ଆଗାମୀ ଦିନରେ ବିଧାୟକଙ୍କ ସାହାର୍ଯ୍ୟ ସହଯୋଗରେ କିଭଳି ଅଧିକ ଉନ୍ନତି ହୋଇପାରିବ ତାହା ବକ୍ତବ୍ୟ ରଖିଥିଲେ । ଏହି ଉଦଘାଟନ ଉତ୍ସବରେ ପଞ୍ଚୁପଡ଼ା ମଣ୍ଡଳ ସଭାପତି ବିଜୟ ଦାସ, ଛାନୁଆ ଗ୍ରାମ ପଞ୍ଚାୟତ ସଭାପତି ବଂଶୀଧର ପାତ୍ର, ୱାର୍ଡ଼ ସଭ୍ୟ ତ୍ରିଲୋଚନ ମଣ୍ଡଳ, ଗୋବିନ୍ଦ ଜେନା, ପୂର୍ବତନ ସାର୍ଥା ସରପଞ୍ଚ ଦିଲ୍ଲୀପ ମହାନ୍ତି, ଅନନ୍ତ ନାୟକ, କୌଶିକ ଚାନ୍ଦ, ରାମନାରାୟଣ ଦିବେଦୀ, ଦୀପୁ ଭୂୟାଁ, ଯାଦବ ଜେନା, ହରେକୃଷ୍ଣ ଜେନା, ରାମକୃଷ୍ଣ ଖଟୁଆ, ନିଖିଳ ସାମନ୍ତ, ବିଷ୍ଣୁପଦ ପ୍ରଧାନ ଓ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ