ବିଧାୟକଙ୍କ କରକମଳରେ କଲ୍ୟାଣମଣ୍ଡପ ଭିତିପ୍ରସ୍ତର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଚାଂୟତ ଅଧିନ ଆଗ୍ରାହାରମ ଗ୍ରାମ ନିକଟରେ ଏକ କଲ୍ୟାଣ ମଣ୍ଡପର ଭିତିପ୍ରସ୍ତର ସ୍ଥାପନ ହୋଇଯାଇଛି । ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅତିଥିଭାବେ ଯୋଗଦେଇ ଏହାର ଭିତିପ୍ରସ୍ତର ସ୍ଥାପନ କରିବା ସହ ନିର୍ଦ୍ଦାରିତ ସମୟରେ ଏହାର କାର୍ଯ୍ୟ ସରିବାକୁ କହିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମରେ ଗୋଟିଏ କଲ୍ୟାଣ ମଣ୍ଡପ ପାଇଁ ବହୁଦିନରୁ ଦାବୀ କରିଆସୁଥିଲେ ଯାହା ଆଜି ପୁରଣ ହୋଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦସଭ୍ୟା ରଶ୍ମିତା ନାହାକ, ସରପଂଚ ଏସ୍‌.ସଞ୍ଜିବ ରେଡ୍ଡି, ସମିତିସଭ୍ୟ ଏସ୍‌.ଚକ୍ରପାଣି ରେଡିଙ୍କ ସମେତ ଗ୍ରାମ୍ୟ କମିଟି,ସ୍ୱପ୍ନେଶ୍ୱର କମିଟିଙ୍କ ସମେତ ଗ୍ରାମବାସୀମାନେ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ