ବିଧାୟକଙ୍କ “କରୋନା” ସଚେତନତା ଅଭିଯାନ

ବୁଗୁଡା,(ଅନିଲ କୁମାର ମହାରଣା): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର ଗୋଲିଆ ଗ୍ରାମରେ “କରୋନା” ସଚେତନତା ଅଭିଯାନ ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି କରୋନା ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ବୁଗୁଡା ବ୍ଲକ ବିଜେଡି କର୍ମକର୍ତ୍ତା ଏବଂ ବହୁ ଦଳୀୟ କର୍ମୀ ଓ ସମର୍ଥକ ଅଂଶ ଗ୍ରହଣ କରିଥିଲେ। ବିଧାୟକ ନିଜେ ବିଭିନ୍ନ ଲୋକଙ୍କୁ ମାସ୍କ ପିନ୍ଧାଇ ହାତ ସଫା କରିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନ କରାଇଥିଲେ। ଗ୍ରାମର ବିଭିନ୍ନ ସ୍ଥାନରେ ମହିଳାମାନେ ହୁଳହୁଳି ପକାଇ ବିଧାୟକଙ୍କୁ ବନ୍ଦାପନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ