ବିଧାୟକଙ୍କ ଗିରଫ ଦାବି ଜୋରଧରିଲା , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାମ୍ନାରେ ଆଦିବାସୀ ପକ୍ଷରୁ ବିକ୍ଷୋଭ
କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ୍ ) : କଳାହାଣ୍ଡି – ପାଟଣାଗଡ ବିଧାୟକ ସରୋଜ ମେହେର ଜଣେ ସରକାରୀ ଆଦିବାସୀ ଯନ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ମାଡ ମାରିବା ଓ ଉଠବସ ଭଳି ଘଟଣା ପରେ ଆଦିବାସୀ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଳାପାଳ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂପୃକ୍ତ ବିଧାୟକଙ୍କ ବିରୋଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଗିରଫ ଦାବି ନେଇ ଗଣଧାରଣା ଓ ପ୍ରତିବାଦ ଜଣାଇଥିଲେ । ବିଧାୟକଙ୍କ ବିରୋଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ଦିନରେ ଆଦିବାସୀ ସଂଘ ରାଜରାସ୍ତାକୁ ଆସିବ ବୋଲି ଚେତାବନୀ ଦେଇଛି ।