ବିଧାୟକଙ୍କ ଜନ୍ମଦିନ ଉପଲକ୍ଷେ ଦିଗପହଣ୍ଡି ରେ ରକ୍ତଦାନ ଶିବିର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶାର ପୂର୍ବତନ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଜନ୍ମଦିନ ଉପଲକ୍ଷେ ଶନିବାର ଏକ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଯୁବ ସମାଜସେବୀ ରାମକୃଷ୍ଣ ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଜୀବନବିନ୍ଦୁ ସଂଯୋଜକ ସୁବାଷ ଚନ୍ଦ୍ର ମହାରଣା ମୂଖ୍ଯଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ସେହିଭଳି ଦିଗପହଣ୍ଡି ଆଇଆଇସି ଦିପ୍ତୀରଞ୍ଜନ ବେହେରା, ବିଜେଡି ରାଜ୍ୟ ସମ୍ପାଦକ ଜଗନ୍ନାଥ ସାବତ, ଓସକାର୍ଡ ବ୍ଯାଙ୍କ ସଭାପତି ଯୋଗେନ୍ଦ୍ର ସ୍ବାଇଁ, ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘ ସମ୍ପାଦକ ହରପ୍ରସାଦ ରଥ, ବ୍ଲକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର, କାଉନସିଲର କରିସ୍ମା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଅତିଥି ବୃନ୍ଦ ବିଧାୟକ ଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କରିବା ସହ ରକ୍ତଦାନର ଆବଶ୍ୟକତା ଉପରେ ନିଜନିଜ ବକ୍ତବ୍ୟ ରଖିଥିଲେ।ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକ ଏବଂ ରକ୍ତଦାତା ସଂଘର ପ୍ରାକ୍ତନ ସଭାପତି ତପନ କୁମାର ମିଶ୍ର ଶିବିର ସ୍ଥଳରେ ପହଞ୍ଚି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଶକ୍ତି ସ୍ବରୂପ ପାଣିଗ୍ରାହୀ, ସୁରଜ କୁମାର ଗୌଡ, ପିଙ୍କୁ ଘଡେଇ, ବିକାଶ କୁମାର ନାୟକ, ଶ୍ରୀନିବାସ ଗୌଡ, ସୁନିଲ ନାୟକ, ମୁନା ନାୟକ, ମୁରାରୀ ପ୍ରସାଦ ରଥ, ରବି ସେଠୀ, ନୃସିଂହ ଚରଣ ବେହେରା, ନୀଳମାଧବ ପାଢ଼ୀ, ରବି ପଟ୍ଟନାୟକ, ଅନିଲ ଗୌଡ, ସାଗର ସେଠୀ, ବିକାଶ ଚନ୍ଦ୍ର ନାୟକ, ଧୀରେନ ରଣା, ଗୌର ତ୍ରିପାଠୀ, ରଞ୍ଜନ ପଣ୍ଡା, ପିଣ୍ଟୁ ନାୟକ, ସାଇରାମ ପଣ୍ଡା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ଏଥିରେ ବହୁ ସଂଖ୍ୟକ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।


