ବିଧାୟକଙ୍କ ଦ୍ଵାରା ଦୁଇ ପ୍ରକଳ୍ପର ଶିଳାନ୍ୟାସ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକରେ ବୁଧବାର ଦିନ ଦୁଇଟିକୁ ବିଧାୟକ ପ୍ରକଳ୍ପର ଭିତ୍ତି ପ୍ରସ୍ତର କରିଥିଲେ । ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ସୁରଙ୍ଗି ଖରିଆ ଗୁଡା ରାସ୍ତାର ବଗି ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣର ଭିତ୍ତି ପ୍ରସ୍ତର କରାଯାଇଥିଲା | ଏହି ସେତୁ ସାତ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବ। ଏହା ପରେ ପାତ୍ରପୁର ଡାକ୍ତର ଖାନା ଠାରେ ପ୍ରାୟ ୧୪ କୋଟି ଟଙ୍କା ବିନମୟରେ ହେବାକୁ ଥିବା ଏକ ତିନି ମହଲା ନୂତନ କୋଠାର ଶିଳାନ୍ୟାସ କରି ଥିଲା| ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରାୟ ୩୫ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହକୁ ଉଦଘାଟନ କରିଥିଲେ। ଏହି ସମୟରେ ପାତ୍ରପୁର ବ୍ଲକ ଅଧକ୍ଷା, ୱା ସଂଯୁକ୍ତ କନିଷ୍ଠ ଯନ୍ତ୍ରୀ ସ୍ଵରାଜ୍ୟ ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ କେଦାର ପ୍ରଧାନ, ପାତ୍ରପୁର ଚିକିତ୍ସା ଅଧିକାରୀ ଡା ସମ୍ବିତ ବେଗରାୟ କାର୍ଯ୍ୟ ନିର୍ବାହୀ ବିଡ଼ିଓ ଅଶୋକ କୁମାର ପଟ୍ଟନାୟକ, ଶିଶୁ ବିକାଶ ଅଧିକାରୀ ନମିତା ପଣ୍ଡା, ତଣ୍ଡିପୁର ସମିତି ସଭ୍ୟ, ରାମକୃଷ୍ଟ ନାୟକ, ବରଙ୍ଗ ସରପଞ୍ଚ ଭି ଦେବୀ ପ୍ରସାଦ, ସାମାନ୍ତିଆ ପଲ୍ଜି ସରପଞ୍ଚ ଏନ ତିରୁପତି, ଜୟନ୍ତିପୂର୍ ସମିତିସଭ୍ୟ, ବାଲାଜୀ ପାଢ଼ି ପୂର୍ବତନ ସରପଞ୍ଚ ଇ. ବାଳକୃଷ୍ଣ ରେଡି ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ ଉପାଧ୍ୟକ୍ଷ ଅନାଦି ପଣ୍ଡିତ, ସମାଜ ସେବୀ ଏ ମୋହନ ରାଓ ଆପନା ପ୍ରଧାନ ଧନୁ ଶବର ସମେତ ବହୁ ଅଧିକାରୀ ଜନ ପ୍ରତିନିଧି ଦଳୀୟ କର୍ମୀ ଯୋଗ ଦେଇଥିଲେ।