ବିଧାୟକଙ୍କ ଦ୍ଵାରା ଧାନ ମଣ୍ଡି ଉଦଘାଟିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଉଦଘାଟିତ ହେଲା ସେବା ସମବାୟ ସମିତି । ଖରିପ ଋତୁର ଧାନ ଫସଲ ସଂଗ୍ରହ ପାଇଁ ଉଦଘାଟିତ ହେଲା ସେବା ସମବାୟ ସମିତି ତଥା ଧାନ ମଣ୍ଡି । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ସେବା ସମିତି ପକ୍ଷରୁ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ସଭାରେ ବ୍ଲକ୍ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ, ଜଗନ୍ନାଥ ପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲି , ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ ଏବଂ ବିଭିନ୍ନ ରାଜସ୍ଵ ଅଧିକରୀଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଯୋଗଦେଇଥିଲେ । ଏ ବର୍ଷ ଅଦିନିଆ ବର୍ଷା ସାଂଗକୁ ଚାଷୀ କୁଳ ହତାଶ ହେଇଥିବା କଥା ଜାଣି ମାନ୍ୟବର ବିଧାୟକ ଧାନର ଉନ୍ନତ ମାନ ଏବଂ କେଉଁ ପ୍ରଣାଳୀରେ ବିକ୍ରୟ କରିବା ସେ ସମ୍ପର୍କରେ ଉଦବୋଧନ ରଖିଥିଲେ ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇଥିଲେ |