ବିଧାୟକଙ୍କ ଦ୍ଵାରା ପାର୍ବତୀ ମାର୍ବଲ ଏଣ୍ଡ ଟାଇଲ୍ସ ଉଦ୍ଘାଟିତ
ଭଞ୍ଜନଗର,(ସନ୍ତୋଷ ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ଅତ୍ୟାଧୁନିକ ପାର୍ବତୀ ମାର୍ବଲ ଏଣ୍ଡ ଟାଇଲ୍ସ ସୋ ରୁମକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି।ଏହି ଉଦଘାଟନ ଉତ୍ସବରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗ ଦେଇ ଅନୁଷ୍ଠାନ ର ଉନ୍ନତି କାମନା କରିଥିଲେ।ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ପାର୍ବତୀ ମାର୍ବଲ ଭଞ୍ଜନଗର ବାସୀଙ୍କ ପ୍ରିୟ ଭାଜନ ହୋଇ ପାରିଛି କେବଳ ନିଜର ଉତ୍ତମ ଗୁଣବତ୍ତା ଓ ଉଚିତ ମୂଲ୍ୟ ପାଇଁ ,ଏହି ଗୁଣକୁ ବଜାୟ ରଖିବାକୁ ଅନୁରୋଧ କରିଥିଲେ।ସେହିପରି ସୋରଡା ବିଧାୟକ କହିଥିଲେ ଯେ ପାର୍ବତୀ ମାର୍ବଲ ଉନ୍ନତି କମନା ସହ ଲୋକଙ୍କ ସେବା ଜାରି ରଖିବାକୁ କହିଥିଲେ।ସୂଚନାଯୋଗ୍ୟ ଯେ ପାର୍ବତୀ ମାର୍ବଲ ଦୀର୍ଘ ଦିନ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଛି। ଏଠାରେ ଘର, ମନ୍ଦିର, ରାସ୍ତା, ଅଫିସ କାର୍ଯ୍ୟଳୟ ପାଇଁ ଆବଶ୍ୟକ ହେଉଥିବା ଗ୍ରାନାଇଟ, ମାର୍ବଲ, ଟାଇଲ୍ସ ସୁଲଭ ଦରରେ ମିଳେ।ଏଠାରେ ଦେଶର ନାମୀଦାମୀ କମ୍ପାନୀ ଗ୍ରାନାଇଟ, ମାର୍ବଲ ଓ ଟାଇଲ୍ସ ମିଳେ।ଆଜିର ଉଦଘାଟନ ଉତ୍ସବରେ ଭଞ୍ଜନଗର ଅଞ୍ଚଳ ର ବହୁ ଗନ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଥିଲେ ଓ ଏହା ସହ ବହୁ ଶୁଭେଛୁ ଯୋଗଦେଇ ଥିଲେ।ଅନୁଷ୍ଠାନ ର ସଂଚାଳକ ପୁର୍ଣ ଚନ୍ଦ୍ର ପ୍ରଧାନ(ପୁନିଆ)ଓ ଭି.ସଂଜୀବ କୁମାର ରାଜୁ (ବୁଲୁ)ଆଜିର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହ ଉପଭୋକ୍ତା ମାନଙ୍କ ଆଗ୍ରହ କୁ ଲକ୍ଷ୍ୟ କରି ସେବା ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ।