ବିଧାୟକଙ୍କ ଦ୍ଵାରା ୩ ଟି ପ୍ରକଳ୍ପ ଉଦଘାଟିତ

ପୋଲସରା : ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ତିନିଟି ପ୍ରକଳ୍ପ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉଦଘାଟନ ହୋଇଥିବା ୩ ଟି ପ୍ରକଳ୍ପ ହେଲା, ଦେଉଳ ପେଢ଼ି ସାହି ଝଙ୍କାରିଆ ଗୋଷ୍ଠୀ କେନ୍ଦ୍ର ଗୃହ ଓ ଆମ ଶୌଚାଳୟ ଏବଂ ଓଇରାଣୀ ବନ୍ଧ ହୁଡା ଗୋଷ୍ଠୀ କେନ୍ଦ୍ର ଗୃହ । ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ପୁର୍ବତନ ନଗର ପାଳ ପ୍ରଫୁଲ କୁମାର ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶନ କୁମାର ଦାଶ ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୱାର୍ଡର ବହୁ ଜନସାଧାରଣ ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ