ବିଧାୟକଙ୍କ ଦ୍ୱାରା କମ୍ୟୁନିଟି ହଲ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ଠାରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଦ୍ୱାରା କମ୍ୟୁନିଟି ହଲ ଉଦ୍ଘାଟିତ ହୋଇଯାଇଛି । ବିଧାୟକ ଏବଂ ତାଙ୍କ ଟିମ ଉକ୍ତ ଗ୍ରାମରେ ପହଞ୍ôଚବା ପରେ ସ୍ୱାଗତ ଜଣାଇବା ସହ ଉଦ୍ଘାଟନୀ ସ୍ଥଳକୁ ଗ୍ରାମବାସୀମାନେ ପାଛୋଟି ନେଇଥିଲେ । ଏହି କମ୍ୟୁନିଟି ହଲ ବିଧାୟକ ପାଣ୍ଠିରୁ ନିର୍ମାଣ ହୋଇଥିବା ବେଳେ ଅଞ୍ଚଳବାସୀଙ୍କ ବହୁ ଦିନର ଦାବି ପୁରଣ ହୋଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍. ସିମାଦ୍ରୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତଥିଲେ ।