ବିଧାୟକଙ୍କ ଦ୍ୱାରା କାଳିପଲ୍ଲୀ ପଞ୍ଚାୟତର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ
ଛତ୍ରପୁର, (ପ୍ରଶାନ୍ତ ମହାରଣା) : ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ଆଜି ମାରାଥନ୍ ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉଦ୍ଘାଟନ କରିଛନ୍ତି । ପଞ୍ଚାୟତର ଭିଗିନିପେଟା ଗ୍ରାମର ପାଇପ୍ ଲାଇନ୍ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମରେ ଗ୍ରାମବାସୀ ବାଜାବାଦ୍ୟ ସହ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ବିଧାୟକ, ରାଜ୍ୟ କୃଷି ବପିଣନ ନିଗମର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ସରପଞ୍ଚ ରାମଚନ୍ଦ୍ର ବେହେରା, ସୁନ୍ଦରପୁର ସରପଞ୍ଚ ସସ୍ମିତା ମହାଙ୍କୁଡ, ସମିତି ସଭ୍ୟା ସୁକାନ୍ତି ବେହେରା, ବିପୁଳିଙ୍ଗି ପଞ୍ଚାୟତ ସମିତି ସଭ୍ୟ ଜୟଦେବ ଲେଙ୍କା ଏବଂ ଅନ୍ୟାନ୍ୟ ଅତିଥମାନଙ୍କୁ ପାଛୋଟି ଆଣିଥିଲେ । ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଲାଗି ୫୦ ହଜାର ଲିଟର ବିଶିଷ୍ଟ ପାଇପ୍ ଲାଇନ୍ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଅତିଥିମାନେ ଉଦ୍ଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ନାଇଡୁ ପି.ନାର୍ସୁମୁଲୁ, ବି.ଚନ୍ଦ୍ରମଣୀ ପାତ୍ର, ସିଏଚ୍.ରଘୁନାଥ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ସାହୁ, ବଳରାମ ରେଡ୍ଡୀ, ଜି.ମେହଶ,ଜଳ ଓ ପରିମଳ ବିଭାଗର ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ରମେଶ ପଣ୍ଡା ଓ ସହକାରୀ ନିର୍ବାହୀଯନ୍ତ୍ରୀ କାଳୁଚରଣ ପାତ୍ରଙ୍କ ସହ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ । ପରେ ୫ଲକ୍ଷ ଲେଖାଁଏ ବ୍ୟୟ ଅନୁଦାନର ଉପୁଲାପୁଟି ଓ ବାସନପୁଟି ଗ୍ରାମର ୨ ଗୋଟି ମହିଳା ଗୋଷ୍ଠୀ କେନ୍ଦ୍ରକୁ ମଧ୍ୟ ବିଧାୟକ ଶ୍ରୀ ବେହେରା ଉଦ୍ଘାଟନ କରିଥିଲେ ।


