ବିଧାୟକଙ୍କ ଦ୍ୱାରା କ୍ରିକ୍ରେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଠାରେ ଏକ କ୍ରିକେଟ ଟୁର୍ଣ୍ଣମେକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଦ୍‌ଘାଟନ କରିଥିବାର ଜଣାପଡିଛି । ଆଜି ପ୍ରଥମ ଦିବସରେ ଖେଳ ଆରମ୍ଭ ପୂର୍ବରୁ ବିଧାୟକ ଶ୍ରୀରାଓ ଉଦ୍‌ଘାଟନୀ ଅବସରରେ ସମସ୍ତ ଖେଳାଳୀଙ୍କ ସହ କରମର୍ଦ୍ଦନ କରି ପରିଚିତ ହେବା ସହ ଶୃଙ୍ଖଳିତ ଭାବେ ଖେଳ ପ୍ରଦର୍ଶନ ହିଁ ସଫଳତା ଦେଇଥାଏ ବୋଲି କହିଥିଲେ । ଯେ କୌମସି ଖେଳ ହେଉ ନିୟମାନୁଯାୟୀ କିତିବା ହାରିବା ନିର୍ଦ୍ଧରିତ ହୋଇଥାଏ ବୋଲି ମଧ୍ୟ କହିଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ “ମାରୁତି କ୍ରିକେଟ କ୍ଲବ” ପରିଚାଳନା କରୁଥିବା ବେଳେ ବିଧାୟକ ଶ୍ରୀ ରାଓ ସହଯୋଗ କରୁଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମ ଗୁମ୍ମା ଭାଜପା ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ବିଶୋୟୀଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏଥିରେ ବହୁ ସ୍ଥାନୀୟ ଭାଜପା କର୍ମୀ ଓ ନେତା ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ