ବିଧାୟକଙ୍କ ଦ୍ୱାରା ଚାରି ଗୋଟି ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ୪ ଗୋଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବୁଗୁଡା ବ୍ଲକର ଘୋଳପୁର, ଡାକରାବାଡ଼ି, ମାଣିକ୍ୟପୁର ଓ କାଦପଡା ଗ୍ରାମରେ  ଯଥାକ୍ରମେ ୪୯ ଲକ୍ଷ, ୬୬ ଲକ୍ଷ, ୫୬ ଲକ୍ଷ ଓ ୮୯ ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇ ପ୍ରତ୍ୟେକଙ୍କ ଘରକୁ ପାଇପ ଜଳ ଯୋଗାଣ କରାଯାଇଛି। ଏହି ଚାରିଗୋଟି ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିବା ବେଳେ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାର କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ଅଞ୍ଚଳର ଲୋକ ପ୍ରତିନିଧି, ବୁଗୁଡାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏ. ରାମା ରାଓ, କଣ୍ଟ୍ରାକ୍ଟର ସୁଧାଂଶୁ ଶେଖର ପାଢ଼ୀ ଓ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ