ବିଧାୟକଙ୍କ ଦ୍ୱାରା ଛେନାପଦିଛକ ବିଶ୍ୱତାରିଣୀ ମନ୍ଦିର ଗୋଷ୍ଠୀକେନ୍ଦ୍ର ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦିଛକରେ ଥିବା ମା ବିଶ୍ୱତାରିଣୀ ମନ୍ଦିରର ନବ ନିର୍ମିତ ଗୋଷ୍ଠୀକେନ୍ଦ୍ର ଉଦଘାଟିତ ହୋଇଯାଇଛି । ମା ବିଶ୍ୱତାରିଣୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡିଆ ଭାଙ୍ଗି ଏହାର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାସଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସୁଧାଶୁଂ ବିଶ୍ୱାଳ, କମିଟି ସଭାପତି କୃଷ୍ଣଚନ୍ଦ୍ର ଜେନା, ପଞ୍ଚାନନ ବେହେରା, କିଶୋର ଆଚାର୍ଯ୍ୟ, ହିମାଶୁଂ ନାୟକ, ସୁଧାକର ଓଝା, ଦେବେନ୍ଦ୍ର ଜେନା,ଅମୀୟ ନାୟକ ମହେଶ୍ୱର ସା, ପଙ୍କଜ ଗୁପ୍ତା, ସୁବାସ ଓଝା, ରବିନ୍ଦ୍ର ବେହେରା,ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ