ବିଧାୟକଙ୍କ ଦ୍ୱାରା ନଗୁଡୁରେ ଦୁଇଟି ସମାଜର କୋଠ ଗୃହ ଉଦଘାଟିତ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକର ମାଣିତରା ପାଞ୍ଚାୟତର ନଗୁଡୁ ଗ୍ରାମରେ ମାର୍ଚ୍ଚ ୫ ତାରିଖ ଦିନ ଦୁଇଟି ସମାଜର ଦୁଇଟି କୋଠ ଗୃହକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି। ନଗୁଡୁ ବାଗଦେବୀ ମନ୍ଦିର ସମ୍ମୁଖ ପାର୍ଶ୍ଵରେ ନବନିର୍ମିତ ଉତ୍କଳ ଗଡ଼ାୟତ ଖଦାଳ ସମାଜ କୋଠ ଗୃହକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିଲେ। ଏହି କୋଠ ଗୃହ ଉଦଘାଟନ ଉପଲକ୍ଷେ ଗଡାୟତ ଖଦାଳ ସମାଜ ପକ୍ଷରୁ ଶୁକ୍ରବାର ଦିନ ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଅଖଣ୍ଡ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ସେହିପରି ନଗୁଡୁ ଗ୍ରାମରେ ଗଉଡ଼ ସମାଜ କୋଠ ଗୃହକୁ ମଧ୍ୟ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ