ବିଧାୟକଙ୍କ ଦ୍ୱାରା ନାଉଗାଁ ବ୍ଳକରେ ନୂତନ ଭତା ବଂଟନ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଜ୍ୟୋତି ଫେଡେରେସନ୍‌ର ସମ୍ମିଳନୀ କକ୍ଷରେ ବୁଧବାର ନୂତନ ଭତା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ନାଉଗାଁ ବ୍ଳକ ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ନୂତନ ଭତା ବଂଟନ କରିଥିଲେ । ତାଙ୍କ ସହିତ ବିଡିଓ ରଶ୍ମିରେଖା ମଲ୍ଲିକ, ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକରେ ଥିବା ୧୬ଟି ପଂଚାୟତର ସର୍ବମୋଟ ୨୬୮ଜଣଙ୍କୁ ନୂତନ ଭତା ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ମଧୁବାବୁ ପେନସନ ଯୋଜନାରେ ୧୦୩ ଜଣ ଓ ଇନ୍ଦିରା ଗାନ୍ଧି ଜାତୀୟ ପେନସନ ଯୋଜନାରେ ୧୬୫ ଜଣଙ୍କୁ ନୂତନ ଭତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶୀଷ ସ୍ୱାଇଁ ଓ ବିଏସଏସଓ ଶ୍ରୀନିବାସ ବେହେରା ପ୍ରମୁଖ ପରିଚାଳନା କରୁଥିବା ବେଳେ ପିଏ ପ୍ରସନ୍ନଜିତ ନାୟକ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ