ବିଧାୟକଙ୍କ ଦ୍ୱାରା ନୁତନ ସଭାଗୃହର ଶିଳାନ୍ୟାଶ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ପରିସରରେ ନୂତନ ସଭାଗୃହର ଶିଳାନ୍ୟାଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁ୍ଷ୍ଠିତ ଏହି ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ତହସିଲଦାର ଗାୟତ୍ରୀ ସୋରେନ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ନଡିଆଭାଙ୍ଗି ଏହି ନୁତନ ସଭାଗୃହର ଶିଳାନ୍ୟାଶ କରିଥିଲେ । ବ୍ଲକରେ ସଭାଗୃହ ନଥିବାରୁ ପଞ୍ଚାୟତ ସମିତି ବୈଠକ ଠାର ଆରମ୍ଭ କରି ବିଭିନ୍ନ ସରକାରୀ ପ୍ରଶିକ୍ଷଣ କର୍ମଶାଳା ପାଇଁ ସମସ୍ୟା ଉପୁଜୁଥିଲା । ଏଥିପାଇଁ ବିଡିଓ ସୁଶାନ୍ତ ବାରିକଙ୍କ ଉଦ୍ୟମରେ ପୁରୁଣା ଘରକୁ ଭଙ୍ଗାଯାଇ ଏକ ନୁତନ ସଭାଗୃହ ପାଇଁ ଅନୁଦାନ ଯୋଗାଡ କରାଯାଇଛି । ଏହି କାର‌୍ୟ୍ୟକ୍ରମରେ ବ୍ଲକ ସହାକରୀ ଯନ୍ତ୍ରୀ ସୁଶିଲ କୁମାର ସେଠ, କନିଷ୍ଠଯନ୍ତ୍ରୀ ରତିକାନ୍ତ ଲେଙ୍କା, ସଂଯୁକ୍ତା ବେଉରିଆ, ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, ଚିନ୍ମୟ ନାୟକ, ସୁଧାକର ଓଝା, କୁଳମଣି ରାଉତ, କାମପାଳ ନାୟକ, ଗୋପାଳ ନାୟକ, ରୁଦ୍ର ଜେନା, କହ୍ନେଇ ଓଝା, ମହେନ୍ଦ୍ର ନାୟକ, ନାରାୟଣ ସେଠୀ, ମଦନ ମୋହନ ଦାସ, ଉପେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ