ବିଧାୟକଙ୍କ ଦ୍ୱାରା ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପ୍ରତ୍ୟେକ ଗ୍ରାମରେ ଯେପରି ଶତ ପ୍ରତିଶତ ପରିବାରକୁ ପାନୀୟ ଜଳ ଯୋଗାଣ ହୋଇ ପାରିବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନବୀନ ବାବୁଙ୍କ ଏହି ମହତ ଯୋଜନାକୁ ସଫଳ ରୂପାୟନ ଦେବାକୁ ପୋଲସରା ନିର୍ବାଚନ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଆନ୍ତରିକ ଉଦ୍ୟମ ଜାରିରହିଛି । ମଇ ୯ ତାରିଖ ଦିନ ପୋଲସରା ବ୍ଲକର ଢୁଙ୍କାପଡା ପଞ୍ଚାୟତ , ବଡ଼ପଙ୍କଳବାଡି ପଞ୍ଚାୟତ ଓ ମଥୁରା ପଞ୍ଚାୟତରେ ୩ଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ବିଧାୟକ ଶ୍ରୀ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇ ଯାଇଛି । ଢୁଙ୍କାପଡ଼ା, ବଡ଼ ପଙ୍କଳବାଡି ଓ ମଥୁରା ପଞ୍ଚାୟତର ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଏହି ତିନି ପଞ୍ଚାୟତରେ ଦୁଇଲକ୍ଷ ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଟ ତିନି ଗୋଟି ଓଭର ହେଡ ଟ୍ୟାଙ୍କ ନିର୍ମାଣ ହେବ । ପ୍ରତି ପଞ୍ଚାୟତରେ ପ୍ରତ୍ୟେକ ପରିବାରକୁ ସଂଯୋଗ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ ଓ ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ତ୍ରିପାଠୀଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଯୁବନେତା ରାଜେନ୍ଦ୍ର କୁମାର ପ୍ରଧାନ, ସିଲୁ ଦଳେଇ, ଢୁଙ୍କାପଡ଼ା ସରପଞ୍ଚ ସୀମାଞ୍ଚଳ ସେଠୀ ଓ ସମିତି ସଭ୍ୟା ସଂଯୁକ୍ତା ବାଡତ୍ୟା, ବଡ଼ ପଙ୍କଳବାଡି ସରପଞ୍ଚ ଭାରତୀ ବେହେରା ଓ ସମିତି ସଭ୍ୟା ଲିଲି ବେହେରା, ମଥୁରା ପଞ୍ଚାୟତର ସରପଞ୍ଚ ସୁନିତା ବେହେରା ଓ ସମିତି ସଭ୍ୟା ମିନତୀ ପାତ୍ରଙ୍କ ସମେତ ୱାର୍ଡ ମେମ୍ବର ଓ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ