ବିଧାୟକଙ୍କ ଦ୍ୱାରା ବଞ୍ଚୋରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଆନନ୍ଦପୁର ବିଧାୟକ ଭାଗିରଥିସେଠୀଙ୍କ ଦ୍ୱାରା ବଞ୍ଚୋ ଗ୍ରାମରେ ନିର୍ମାଣ କରାଯାଇଥିବା ବିବିନ୍ନ ପ୍ରକଳ୍ପର ଉଦଘାଟନ ହୋଇଯାଇଛି । ପ୍ରାରମ୍ଭରେ ବିଧାୟକ ଭାଗିରଥି ସେଠୀ ଓ ବିଡିଓ ଜୟଦେବ ଦାସଙ୍କୁ ଏକ ପଟୁଆରରେ ଗାଁକୁ ପାଛୋଟି ନିଆଯିବା ପରେ ବଞ୍ଚୋ ସରସ୍ୱତୀ ଶିଶୁ ମନ୍ଦିରର ନୁତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିଲେ । ପରେ ତାରିଣୀ ମନ୍ଦିରର ନୁତନ ପ୍ରାଚୀର ଓ ନବ ନିର୍ମିତ ତୋରଣର ଉଦଘାଟନ କରିବାପରେ ପଞ୍ଚାୟତ ସମମ୍ମୁଖରେ ସ୍ଥାପିତ ହୋଇଥିବା ପ୍ରବାଦ ପୁରୁଷ ବିଜୁ ବାବୁ ଓ ସୁବାସ ବୋଷଙ୍କ ପ୍ରତିମୃର୍ତ୍ତୀକୁ ବିଧାୟକ ଭାଗିରଥି ସେଠୀ ଲୋକର୍ପଣ କରିଥିଲେ । ଏହି ଉତ୍ସବରେ ବିଡିଓ ଜୟଦେବ ଦାସଙ୍କ ସହ ବଞ୍ଚୋ ପଞ୍ଚାୟତର ସରପଞ୍ଚ ଚମ୍ପାବତୀ ପୁହାଣ, ସମିତିସଭ୍ୟା ନିରୁପମା ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ସୁଧାଶୁଂ ରାଉତ, ମାର୍କଣ୍ଡ ଚରଣ ଓଝା, ଛବିନ୍ଦ୍ର ନାୟକ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଚିନ୍ମୟ ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା, ଚିନ୍ତାମଣୀ ରାଉତ, ରମେଶ ବିଶ୍ୱାଳ, ବିନୟ ନାୟକ, ସୁଧାକର ଓଝା, ସନ୍ତୋଷ ନାୟକ, ଦତ୍ତାତ୍ରୟ ରାୟସର୍ଦ୍ଦାର, ପ୍ରଭାକର ଖଣ୍ଡା, କିର୍ତ୍ତନ ନାୟକଙ୍କ ସମେତ ସମସ୍ତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।