ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବିଭିନ୍ନ ପଂଚାୟତରେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ଶୁକ୍ରବାର ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରାଯିବା ସହ ନିର୍ମାଣ ସରିଥିବା ପ୍ରକଳ୍ପ ଗୁଡିକର ଶୁଭ ଉଦ୍‌ଘାଟନ କରାଯାଇଥିଲା । ପ୍ରଥମେ ବିଧାୟକ ବ୍ଳକ କାର୍ଯ୍ୟାଳୟ ପରିସରରେ ନୂତନ ସମ୍ମିଳନୀ କକ୍ଷ ଓ ଓଷକଣା ପଂଚାୟତର ଅଙ୍ଗେଶ୍ୱରପଡା ଠାରେ ଦେବୀନଦୀ ବାମ ପାଶ୍ୱର୍ ନଦୀବନ୍ଧର ଦେବୀଦୋଳ ସେତୁ ଠାରୁ ଅଙ୍ଗେଶ୍ୱରପଡା ପର୍ଯ୍ୟନ୍ତ ଥିବା ରାସ୍ତାର ଉନ୍ନତିକରଣର ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ନାଉଗାଁ ପଂଚାୟତ ଅବଦଲପୁର ନିର୍ମାଣ ହୋଇଥିବା ୫୦ ହଜାର ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ,ଶିଖର ପଂଚାୟତ ବିଲିପଡା ଠାରେ ନିର୍ମାଣ ହୋଇଥିବା ୧ଲକ୍ଷ ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ, ଦାଣ୍ଡୁଆ ପଡିଆସ୍ଥିତ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଥିବା ନୂତନ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିଥିଲେ । ଉକ୍ତ ଉଦଘାଟନୀ ଉତ୍ସବରେ ବିଧାୟକ ମୁଦୁଲିଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ବିଡିଓ ତପନ ମହାପାତ୍ର,ଏବିଡିଓ ଦେବେନ୍ଦ୍ର ପ୍ରଧାନ, ଡାବର ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ,ଜଳସେଚନ ବିଭାଗର ଆଳିପିଙ୍ଗଳ ସବଡିଭିଜନ ଏସଡିଓ ଇଂ. ଫକୀର ସେଠ୍‌, ବାଲିକୁଦା ଜଳସେଚନ ବିଭାଗର ଏସଡିଓ ଇଂ. ସିଦ୍ଦାର୍ଥ ଶଙ୍କର ଜେନା, ସହକାରୀ ଯନ୍ତ୍ରୀ ଦେବୀ ମିଶ୍ର, ନାଉଗାଁ ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ବିଭାଗର ସହକାରୀ ଯନ୍ତ୍ରୀ ରଶ୍ମୀରଂଜନ ଦାସ, ଠିକାଦାର କ୍ଷୀରୋଦ ବେହୁରା, ନିରଞନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ