ବିଧାୟକଙ୍କ ଦ୍ୱାରା ହେଣ୍ଡବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ଏନଏସିର ବୀରଧନଞ୍ଜୟପୁର ବୁଦ୍ଧଗିରି ବିଦ୍ୟାପୀଠ ଖେଳପଡିଆରେ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ହେଣ୍ଡବଲ ଟୁର୍ଣ୍ଣାମେଣ୍ଟ କୁ ଜାନୁୟାରୀ ୧୧ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ଏବଂ ସମ୍ମାନିତ ଅତିଥି ଭାବେ ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ, ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲ ନିର୍ଦ୍ଦେଶକ ଚନ୍ଦନ ଚର୍ଚ୍ଚିତ ପାତ୍ର, ଗଣେଶ ବଜାର କମିଟି ସଭାପତି ଏସ.ଡ଼ିଲ୍ଲେଶ୍ଵର ପାତ୍ର, ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ, ଗୋଲିଆ ସରପଞ୍ଚଙ୍କ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ନୀଳାଞ୍ଚଳ ପଣ୍ଡା ଓ କେଶବ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ହେଣ୍ଡବଲ ଟୁର୍ଣ୍ଣାମେଣ୍ଟରେ ୧୦ ଟି ଦଳ ଭାଗ ନେଇଥିବା ବେଳେ ଉଦଘାଟନୀ ମ୍ୟାଚ ଆସିକା ଓ କୁମାରୀ ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଆସିକା ଦଳ ୨-୧ ରେ ବିଜୟୀ ହୋଇଥିଲେ। ହରପ୍ରସାଦ ମହାପାତ୍ର ଟୁର୍ଣ୍ଣାମେଣ୍ଟ ସଂଯୋଜନା କରିଥିବା ବେଳେ ପ୍ରକାଶ ପ୍ରଧାନ, ଶିବ ପ୍ରଧାନ, ସତ୍ୟନାରାୟଣ ଦାଶ, ମନୋଜ କୁମାର ପ୍ରଧାନ, ମଳୟ ଦଳେଇ, ବାଳକୃଷ୍ଣ ଦାଶ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ