ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ ୫ ସ୍ଥାନରେ ହେବ ଆଲୋକୀକରଣ ବ୍ୟବସ୍ଥା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ୫ଟି ସ୍ଥାନରେ ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ବ୍ୟୟରେ ଆଲୋକୀକରଣ ବ୍ୟବସ୍ଥା ହେବ ବୋଲି ଜଣାଯାଇଛି । ବ୍ଲକର ଦଳୀୟ ନେତୃତ୍ୱ ଏବଂ ସାଧାରଣ ଜନତାଙ୍କ ପରାମର୍ଶ କ୍ରମେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଗଣିଜାଙ୍ଗ ବଜାରର ସଂପୂର୍ଣ୍ଣ ଆଲୋକୀକରଣ ପାଇଁ ୮ ଲକ୍ଷ, ଛୟାଳସିଂ ବଜାରର ସଂପୂର୍ଣ୍ଣ ଆଲୋକୀକରଣ ପାଇଁ ୮ ଲକ୍ଷ, ଆଗରପଡାସ୍ଥିତ ମହତାବ ଛକ ଠାରୁ କୁପାରୀ ରାସ୍ତା ପର୍ଯ୍ୟନ୍ତ ୬ ଲକ୍ଷ, ସି.ଟି ସ୍କୁଲ ଠାରୁ କେସିଭିଏମ୍ ହାଇସ୍କୁଲ ପର୍ଯ୍ୟନ୍ତ ସାଢେ ୬ ଲକ୍ଷ, କେସିଭିଏମ୍ ହାଇସ୍କୁଲ ଠାରୁ କୁପାରୀ ଛକ ପର୍ଯ୍ୟନ୍ତ ସାଢେ ୬ ଲକ୍ଷ ଟଙ୍କା ଅନୁଦାନର ସଂପୂର୍ଣ୍ଣ ରୂପରେଖ ପାଇଁ ଯୋଜନା ବୋର୍ଡକୁ ସୁପାରିଶ କରିଛନ୍ତି । ଉକ୍ତ ଆଲୋକୀକରଣ ବ୍ୟବସ୍ଥା ପାଇଁ ସ୍ଥାନୀୟ ଲୋକେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।


