ବିଧାୟକଙ୍କ ନୂତନ ବର୍ଷରେ ବନ୍ଧୁ ମିଳନ ଉତ୍ସବ

ବୁଗୁଡ଼ା- ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ନିଜ ଗ୍ରାମ ହାତୀଓଟରେ ୨୦୧୯କୁ ବିଦାୟ ଓ ନୂତନ ବର୍ଷ ୨୦୨୦ ସ୍ୱାଗତ ଉତ୍ସବ ଉପଲକ୍ଷେ ଏକ ବନ୍ଧୁ ମିଳନ କାର‌୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଜିରୋ ନାଇଟ ଉତ୍ସବରେ ପୋଲସରା ଓ ବୁଗୁଡା ବ୍ଲକ ଓ ଏନଏସି ର ବହୁ ନେତା,କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ। ଏଥିରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି,ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ,ସଦସ୍ୟ ରେବତୀ ମୋହନ ନାୟକ, ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା,ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା,ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ,ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୋଲସରା ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ,ସମ୍ପାଦକ ଅଶୋକ ବିଷୋୟୀ ପ୍ରମୁଖ ଏହି କ।ର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉତ୍ସବରେ ବହୁ କଳାକାର ଯୋଗଦେଇ ସାଂସ୍କୃତିକ କ।ର୍ଯ୍ୟକ୍ରମ ପରିବେଷଣ କରି ସମସ୍ତ ଦର୍ଶକମାନଙ୍କୁ ଖୁସି କରିପାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ