ବିଧାୟକଙ୍କ ପଞ୍ଚାୟତ ପରିଦର୍ଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତକୁ ଆଜି ବିଧାୟକ ପ୍ରଫୁଲ୍ଲ ସାମଲ ପରିଦର୍ଶନ କରିଛନ୍ତି। ଦୀର୍ଘ ୨୦ବର୍ଷ ପରେ ବିଜେଡି ସମର୍ଥନରେ ସରପଞ୍ଚ ଭାବେ ବିଜୟ ଲାଭ କରିଥିବା ଅମୂଲ୍ୟ ନାୟକ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହେବା ପରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର କାମ କରିବାକୁ ବିଧାୟକ ଶ୍ରୀଯୁକ୍ତ ସାମଲ ନବନିର୍ବାଚିତ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ। ଏହାଛଡା ରାଜ୍ୟ ସରକାରଙ୍କ ଯୋଜନା କୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସଦା ତତ୍ପର ରହିବାକୁ ସେ କହିଥିଲେ। ଏଥିରେ ସମିତିସଭ୍ୟା ଶୁଭଲକ୍ଷ୍ମୀ ପାଣିଗ୍ରାହୀ, ୱାର୍ଡ ସଭ୍ୟ ତ୍ରିଲୋଚନ ନାୟକ, ସୀମା ସିଂ, ବିଜେଡି ନେତା ବିଜୟ ଖିଲାର, ସୁଧାକର ମହାପାତ୍ର, ଅଜିତ ଦାସ, ବଦ୍ରିନାରାୟଣ ପଣ୍ଡା, ଅଶୋକ ପଣ୍ଡା, ଭାସ୍କର ପଣ୍ଡା, ଦୁର୍ଯ୍ୟୋଧନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।