ବିଧାୟକଙ୍କ ବିଭିନ୍ନ ସଂଗରୋଧ କେନ୍ଦ୍ର ପରିଦର୍ଶନ

ହାଟଡ଼ିହି (ଓ୍ବାଇଏନ୍ଏସ୍) ; ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ଆଇସୋଲେସନ ସେଣ୍ଟର ପରିଦର୍ଶନ କରିଛନ୍ତି । ବିଧାୟକ ଶ୍ରୀ ସେଠୀ ଆଜି ଅପରାହ୍ନରେ ବଞ୍ଚୋ, ଶିବନାରାୟଣପୁର, ପଞ୍ଚୁଗୋଛିଆ, ସୁଲଣ ଆଦି ସଂଗରୋଧ କେନ୍ଦ୍ର ଗୁଡିକ ପରିଦର୍ଶନ କରି ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କୁ କିପରି ସୁରକ୍ଷିତ ଭାବେ ରଖାଯିବ ସେ ସମ୍ପର୍କରେ ବଞ୍ଚୋ ପଞ୍ଚାୟତର ସରପଞ୍ଚଚମ୍ପାବତୀ ପୁହାଣ, ପୁର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚଙ୍କ ପ୍ରତିନିଧି ଥିବା ଶଶାଙ୍କ ଶେଖର ପୁହାଣ, ପଞ୍ଚଗୋଛିଆ ସରପଞ୍ଚ ଙ୍କ ପ୍ରତିନିଧି ମକରଧ୍ୱଜ ଓଝା, ଜିଆରଏସ ରାଜୀବ କୁମାର ଦାସ, ପୁର୍ବତନ ସମିତିସଭ୍ୟ ପ୍ୟାରୀ ମୋହନ ମଲ୍ଲିକ, ସ୍ୱେଚ୍ଛାସେବୀ ସୁଧାଶୁଂ ନାୟକ, ସୁଲଣ ସରପଞ୍ଚ ଅଶୋକ କୁମାର ଜେନା, ଜିଆରଏସ ଜଗବନ୍ଧୁ ଜେନାଙ୍କ ସହ ଆଲୋଚନା କରି ରୋଗକୁ ଘଅଣାକର ରୋଗୀକୁ ନୁହଁ ବୋଲି କହିଥିଲେ । ବିଶେଷକରି ଖଟ ଗୁଡିକୁ ଗୋଟିଏ ମିଟର ଦୁରତାରେ ପକାଇବା ସହ ସେମାନଙ୍କୁ ଖାଦ୍ୟ, ପାନୀୟର ସୁବ୍ୟବସ୍ଥା କରିବାପାଇଁ ସେ ପରାମର୍ଶ ଦେଇଥିଲେ । ଯେପରି ପ୍ରବାସୀ ଓଡିଆମାନେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ୱ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ