ବିଧାୟକଙ୍କ ହସ୍ତଖେପ ପରେ ରାସ୍ତା ନିର୍ମାଣ ପ୍ରଗତି ମଞ୍ଚ ତରଫରୁ କୃତଜ୍ଞତା

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ୪୨ ମୌଜା ମୁଖ୍ୟ ରାସ୍ତା ମରଣ ଯନ୍ତା ତୁଲ୍ୟ ଖାଲଖମାରେ ପରିପୂର୍ଣ୍ଣ ହେତୁ ସାଧାରଣ ଜନତା ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ l ଆଗକୁ ପାର୍ବଣ ଋତୁ ଆସୁଥିବାରୁ ୪୨ ମୌଜା ପ୍ରଗତି ମଞ୍ଚ ତରଫରୁ ମାନ୍ୟବର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ମହାଶୟ ତୁରନ୍ତ ପଦକ୍ଷପ ନେଇ ଅସ୍ଥାୟୀ ମରାମତି କରାଇବାର ବ୍ୟବସ୍ଥା କରାଇଛନ୍ତି ଓ ଅତିଶୀଘ୍ର ସ୍ତାଇ କାମ କରିବା ପାଇଁ ବିଭାଗ କର୍ତ୍ତୁପକ୍ଷଙ୍କୁ ମଧ୍ୟ ନିଦ୍ଦେର୍ଶ ଦେଇଥିବାରୁ ବିଧାୟକ ମହୋଦୟଙ୍କୁ ଓ ନିର୍ମାଣ ବିଭାଗକୁ ପ୍ରଗତି ମଞ୍ଚ ତରଫରୁ ଅଜୁନ ଦାସ, ଅମରେନ୍ଦ୍ର ଦାସ ପ୍ରମୁଖ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ