ବିଧାୟକଙ୍କ ହାତପାଣ୍ଠିରୁ ଦୁଇ ଗୋଟି ମହାପ୍ରୟାଣ ଆମ୍ବୁଲାନ୍ସ

ପୋଲସରା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟ ନିଜସ୍ଵ ହାତପାଣ୍ଠିରୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଟିଏ ମହାପ୍ରୟାଣ ଆମ୍ବୁଲାନ୍ସ ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଟିଏ ମହାପ୍ରୟାଣ ଆମ୍ବୁଲାନ୍ସ ଏହିପରି ଦୁଇଟି ଗାଡି ପ୍ରଦାନ କରିବା ସହ ଅକ୍ଟୋବର ୦୮ ତାରିଖ ଦିନ ସବୁଜ ପତାକା ଦେଖାଇ ଶୁଭଉଦଘାଟନ କରିଛନ୍ତି।ପୋଲସରାରେ ବିଧାୟକ ଶ୍ରୀ ସାହୁଙ୍କ ମହାପ୍ରୟାଣ ଆମ୍ବୁଲାନ୍ସ ର ଉଦଘାଟନୀ କାର୍ଯ୍ୟକ୍ରମ ରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ମେଡ଼ିକାଲ ଅଫିସର ଡାକ୍ତର ନାରାୟଣ ସ୍ବାଇଁ, ମେଡ଼ିକାଲ ବିପିଏମ ଶୁଭେନ୍ଦୁ କୁମାର ଦାଶ ଙ୍କ ସମେତ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ସନ୍ତୋଷ କୁମାର ବେହେରା, ସଞ୍ଜିତ ସାହୁ, ଗୋପାଳ ସାହୁ, ରଞ୍ଜନ ପାଣିଗ୍ରାହୀ, ବାବୁଲି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ଶ୍ରୀ ସାହୁଙ୍କ ମହାପ୍ରୟାଣ ଆମ୍ବୁଲାନ୍ସ ଗାଡି ଉଦଘାଟନୀ କାର୍ଯ୍ୟକ୍ରମରେ ବୁଗୁଡା ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ମେଡ଼ିକାଲ ବିପିଏମ ବିଶ୍ଵଜିତ ପ୍ରଧାନ ଏବଂ ଅନ୍ୟାନ୍ୟ ଡାକ୍ତର ଓ କର୍ମଚାରୀ ବୃନ୍ଦଙ୍କ ସମେତ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଚିତ୍ରସେନ ପ୍ରଧାନ, କେ.ତ୍ରିଲୋଚନ ଦୋରା, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ